Home ଜିଲ୍ଲା ପରିକ୍ରମା ଦିନକୁ ଦିନ ଜଟିଳ ହେଉଛି ବେତାଳି ଗାଁ ବଜାର ଟ୍ରାଫିକ ସମସ୍ୟା, କେବେ ହେବ ଜବରଦଖଲ...

ଦିନକୁ ଦିନ ଜଟିଳ ହେଉଛି ବେତାଳି ଗାଁ ବଜାର ଟ୍ରାଫିକ ସମସ୍ୟା, କେବେ ହେବ ଜବରଦଖଲ ଉଚ୍ଛେଦ ଓ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ!

9

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ୍ ବେତାଳିଗାଁ ବଜାର ଉପରେ ଆଖପାଖ ପ୍ରାୟ ୨୦ଟି ଗାଁର ଲୋକେ ନିର୍ଭର କରୁଥିବା ବେଳେ ବଜାରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବଜାରରେ ସାପ୍ତାହିକ ହାଟ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନ ବସି ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବସୁଛି। ଫଳରେ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଛି। ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ପୁଲିସ ଏସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି।ପ୍ରାୟ ୧୫ ବର୍ଷ ତଳେ ତତ୍କାଳୀନ ସରପଞ୍ଚ ସାପ୍ତାହିକ ହାଟକୁ ବେତାଳିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖକୁ ଉଠାଇ ଆଣିଥିଲେ । କିଛି ଦିନ ପରେ ପୁଣି ରାସ୍ତା କଡ଼ରେ ବଜାର ଆରମ୍ଭ ହେଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେତାଳୀଗାଁ ବସ୍‌ଷ୍ଟାଣ୍ଡ ଯାଏ ପ୍ରାୟ ୩୦୦ ମିଟର ରାସ୍ତା ପାର ହେବା ପାଇଁ ୨୦ରୁ ୩୦ ମିନିଟ ସମୟ ଲାଗୁଛି। ଫଳରେ ଯାତ୍ରୀ, ସାଧାରଣ ଲୋକ, ଛାତ୍ରଛାତ୍ରୀ ସମସ୍ତେ ହଇରାଣ ହେଉଛନ୍ତି। ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।ବେତାଳି ଗାଁ ବଜାର ଅତ୍ୟଧିକ ଭିଡ଼ ଥିବାରୁ ଯାତାୟାତ ଅବରୋଧ ସୃଷ୍ଟି ହୁଏ।ବେପାରୀ ଓ ଗ୍ରାହକଙ୍କ ଦ୍ୱାରା ରାସ୍ତା କୁ ମାଡ଼ି ବସିବା ଏକ ପ୍ରମୁଖ ବାଧା ରୂପେ ଉଭା ହେଇଚି। ସରକାରୀ ଜାଗା କୁ ଜବର ଦଖଲ କରି ରାସ୍ତା କୁ ମାଡ଼ି ବସିଥିବାରୁ ଦିନକୁ ଦିନ ରାସ୍ତା ସଂକୀର୍ଣ୍ଣ ହୋଇ ଯାଉଚି। ଏଥିପାଇଁ ସ୍ଥାନୀୟ ବାସିନ୍ଦା ଉଦବେଗ ପ୍ରକାଶ କରିଛନ୍ତି। ଏହାର ପ୍ରତିକାର ସ୍ୱରୂପ (୧) ସ୍ଥାନୀୟ ପ୍ରଶାସନ ଦ୍ୱାରା ଟ୍ରାଫିକ ଇଞ୍ଜିନିୟର ନିଯୁକ୍ତ କରି ନିୟମିତ ନିରୀକ୍ଷଣ କରାଯିବା ଉଚିତ (୨) ବିକ୍ରେତା ଓ ଗ୍ରାହକ ଲାଗି ନିର୍ଦ୍ଧାରିତ ଅଂଚଳ ଭିତରେ ବଜାର ବ୍ୟବସ୍ଥା କରାଯିବା ଦରକାର।(୩) ଲୋକ ମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରିବା (୪) ଜବରଦଖଲ ଜମି ଉପରେ ପ୍ରଶାସନିକ ଉଚ୍ଛେଦ କରା ଯିବା ପାଇଁ ଦାବି କରିଛନ୍ତି।ସ୍ଥାନୀୟ ବାସିନ୍ଦା ଙ୍କ ମତାମତ ଅନୁଯାୟୀ ଦିନ ଭରି ଅପେକ୍ଷା କରି ହେଲେ ମଧ୍ୟ ବଜାର ରାସ୍ତା ରେ ବେଶୀ ଅସୁବିଧା ହେଉଛି। ଗର୍ଭବତୀ ମହିଳା, ଜ୍ୟେଷ୍ଠ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅବସ୍ଥା ଅତ୍ୟନ୍ତ ଅନୁଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.