Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ଲାଗିଲାଣି କାଉଡିଆଙ୍କ ଭିଡ, ବୋଲ ବମ ହରହର ବମ ଧ୍ୱନିରେ...

ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ଲାଗିଲାଣି କାଉଡିଆଙ୍କ ଭିଡ, ବୋଲ ବମ ହରହର ବମ ଧ୍ୱନିରେ ପ୍ରକମ୍ଫିତ ସମଗ୍ର ପୀଠ, ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା

18

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ରବିବାର ଠାରୁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଛି କାଉଡିଆଙ୍କ ଭିଡ। ବୋଲ ବମ ହରହର ବମ ଧ୍ୱନିରେ ପ୍ରକମ୍ଫିତ ହେଉଛି ସମଗ୍ର ଆରଡିପୀଠ। ହଜାରହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ୱରେ ପୋଲିସ ମୃତୟନ ରହିଥିବା ବେଳେ ନଦୀରେ ପଇଁତରା ମାରୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ସେହିପରି ସ୍ଥଳପଥରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଛି। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ ଦୂରଦୂରାନ୍ତରରୁ ଶହଶହ କିଲୋମିଟର ଖାଲିପାଦରେ ଚାଲିଚାଲି ଆସୁଥିବା କାଉଡିଆ ଭକ୍ତ ଆସୁଥିଲେ ମଧ୍ୟ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାର ଖାଲଖମା ରହିଥିବାରୁ ବହୁ ଅସୁବିଧାରେ ଆସୁଥିବା କହିଛନ୍ତି ଭକ୍ତମାନେ। ଏହି ରାସ୍ତାର ମରାମତି ପାଇଁ ଏକମାସ ପୂର୍ବରୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଥିଲେ ମଧ୍ୟ ମରାମତି ହୋଇ ପାରିଲାନାହିଁ। ତାହାସହ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ଓ ବାଇପାସ ରାସ୍ତା ସହ ନଦୀ ରାସ୍ତା ଅନ୍ଧକାରମୟ ହୋଇ ରହିଥିବାରୁ କାଉଡିଆଭକ୍ତ ଯାତାୟତ କରିବାରେ ନାନା ଅସୁବିଧା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.