Home ଜିଲ୍ଲା ପରିକ୍ରମା ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

10

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପ୍ରାତଃ ୧୦ ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ” ମା ହେବାର ବୟସ ଠିକ୍ ଯେତେବେଳେ ଶରୀର ଓ ମନର ପ୍ରସ୍ତୁତି ସଠିକ୍‌” ନାମକ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକର ଆୟୋଜକ ଥିଲେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ଭଦ୍ରକ। ଏହି ଦିବସ ପାଳନ ଅବସରରେ ଡକ୍ଟର ପୁଷ୍ପାଞ୍ଜଳି ମିଶ୍ର ,ଯୁଗ୍ମ ନିର୍ଦ୍ଦେଶକ ଯୋଗ ଦେଇ ଜନସଂଖ୍ୟା ନିୟନ୍ତ୍ରଣରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ମାନଙ୍କର ଭୂମିକା ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ। ବର୍ତମାନ ଜନ ସଂଖ୍ୟା ଓ ମୃତ୍ୟ ସଂଖ୍ୟା ଓଡ଼ିଶାରେ ଜାତୀୟ ହାର ଠାରୁ କମ ଅଛି। ଭଦ୍ରକରେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ସଫଳ ଅସ୍ତ୍ରପ୍ରଚାର କରିଥିବା ଡକ୍ଟର ଓ ମହିଳା ,ପୁରୁଷ ମାନଙ୍କୁ ବୁଝାଇ ଆଣି ଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା ଦିଦି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡକ୍ଟର କନକ ଲତା ସାହୁ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରିଣୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ସଙ୍ଗୀତା ବଳ,ଡକ୍ଟର ସନ୍ତୋଷ କୁମାର ପୃଷ୍ଟି,ଇଊଚଐଙ, ଡକ୍ଟର ପାର୍ଥ ସାରଥି ମିଶ୍ର, ଡକ୍ଟର ଅନିତା ରାନୀ ରାଉତ, ଡକ୍ଟର କିଶୋର ଚନ୍ଦ୍ର ପଣ୍ଡା ,ଡକ୍ଟର ମିନତି ଲତା ଦାସ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକୁ ଶ୍ରୀମତୀ ଜ୍ୟୋସ୍ନା ରାନୀ ଶର୍ମା, ଡେପୁଟି ମ୍ୟାନେଜର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.