Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ

7

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟକ୍ତିଗତ ବିକାଶ ମାଧ୍ୟମରେ ସମାଜକୁ ପରିବର୍ଲନ ଏବଂ ସମାଜ ପରିବର୍ଲନ ମାଧ୍ୟମରେ ରାଷ୍ଟ୍ରର ପୁନଃ ନିର୍ମାଣର ଲକ୍ଷ୍ୟ ନେଇ ସ୍ଥାପନା ହୋଇଥିବା ବିଶ୍ୱର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ ତଥା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସହିତ ଜିଲ୍ଲାର ଧାମନଗର ମହାବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଏବଂ ବାସୁଦେବପୁର ନଗରରେ ପତାକା ଉଲୋଳନ ହେବା ସହ ବୃକ୍ଷ ରୋପଣ କରାଯାଇଛି। ଭଦ୍ରକ କଲେଜରେ ଶତାଧିକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପରିଷଦର ପତାକା ଉଲୋଳନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦୁର୍ଗାଶଙ୍କର ଦାସ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଛାତ୍ର ସମାଜର ଗୁରୁ ଭୂମିକା ରହୁ। ଦେଶ ଗଠନରେ କୌଣସି ଜଣେ ବିଦ୍ୟାର୍ଥୀର ଅଂଶୀଦାର କମି ରହି ନଯାଉ। ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ପତାକା ଉଲୋଳନ କରି ବିଦ୍ୟାର୍ଥୀ ପରିଷଦର ଗଠନ, ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ଦୁର୍ଗା ଶଙ୍କର ଜେନା, ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ର ନେତା ତ୍ରିଲୋଚନ ବାରିକ, ଶୁଭମ୍ ପାଢ଼ୀ, ପ୍ରିତୀମା ପଣ୍ଡା, ସଂଗ୍ରାମ ଜେନା, ଶୁଭଶ୍ରୀ ଦେବର୍ଚ୍ଚନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଚରମ୍ପା ମହାବିଦ୍ୟାଳୟ ପରିସରରେ ସଂଗଠନ ପକ୍ଷରୁ ପତାକା ଉଲୋଳନ ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଭିପିର ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଶ୍ୱନାଥ ଲାହା, ମନୋଜ କୁମାର ବାରିକ, ସମ୍ଭବ ପରିଡ଼ା, ସୁମିତ୍ରା ସେଠୀ ନେତୃତ୍ୱ ନେଇଥିଲେ। ବାସୁଦେବପୁର ନଗରରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପରିଷଦର ପତାକା ଉଲୋଳନ ହୋଇଥିଲା। ଏଥିରେ ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଜିଲ୍ଲା ସହ ସଂଯୋଜିକା ପୂଜାରାଣୀ ମଲ୍ଲିକ, ଶୁଭମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧାମନଗର ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଏବିଭିପିର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏଥିରେ ନଗର ସମ୍ପାଦକ ହିମାଂଶୁ ମହାରଣା, ସହ ସମ୍ପାଦକ ବିଶ୍ୱାସ ରଞ୍ଜନ ଜେନା ଏବଂ ଶୁଭମ୍ ପରିଡ଼ା, ଆଲୋକ ଦାସ ଓ ବରଦା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ପରିସରରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.