Home ଜିଲ୍ଲା ପରିକ୍ରମା ତିହିଡ଼ି ତହସିଲରେ ଓଡ଼ିଶା ରାଜସ୍ୱ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ତିହିଡ଼ି ତହସିଲରେ ଓଡ଼ିଶା ରାଜସ୍ୱ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

9

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ୧୦ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରଚ ଅମଲାମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅମଲାମାନେ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ଦାବିପତ୍ର ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନରେ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ବୁଦ୍ଧିରାମ ଟୁଡୁ, ବରିଷ୍ଠ କିରାଣି ବାସୁଦେବ ସ, ଆକ୍ରାମ ଅଲ୍ଲୀ ଖାନ, ମୁକ୍ତିକାନ୍ତ ମଲିକ, ରୀତାରାଣୀ ସିଂ, କନିଷ୍ଠ କିରାଣି ମାନସ ରଂଜନ ସାହୁ ଓ ଯମୁନା ମୁର୍ମୁ ପ୍ରମୁଖ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.