Home ଜିଲ୍ଲା ପରିକ୍ରମା ତିହିଡ଼ିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ତିହିଡ଼ିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

6
filter: 0; fileterIntensity: 0.0; filterMask: 0; module: h; hw-remosaic: 0; touch: (-1.0, -1.0); modeInfo: ; sceneMode: SFHDR; cct_value: 0; AI_Scene: (-1, -1); aec_lux: 115.89176; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୭ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋନ କରାଯାଇଛି। ମଙ୍ଗଳବାର ଡ୍ରାଇଭର ମହାସଂଘ ପକ୍ଷରୁ ତିହିଡ଼ି ଓ କମାରିଆ ପଣ୍ଡାପୋଖରୀ ଛକ ନିକଟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯାଇଥିଲା। ପ୍ରଥମ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନକୁ ସାମାନ୍ୟ କୋହଳ କରାଇ ଡ୍ରାଇଭର ଭାଇମାନଙ୍କୁ ୯ ତାରିଖ ପାଇଁ ସମସ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସାମିଲ ହେବାକୁ ସଚେତନ କରାଯାଇଥିଲା। ଡ୍ରାଇଭର ମାନଙ୍କୁ ୬୦ବର୍ଷ ପରେ ଭତା ପ୍ରଦାନ, ଅଟୋ ଚାଳକମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲଫେୟାର ବୋର୍ଡ଼ରେ ସାମିଲ କରାଯିବା, ଡ୍ରାଇଭରମାନେ ବିଭିନ୍ନ ସମୟରେ ଯାତ୍ରୀ ଓ ଜନସାଧାରଣମାନଙ୍କ ଆକ୍ରୋଶରେ ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା, ସେପ୍ଟେମ୍ବର ୧ ତାରିଖକୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା ଇତ୍ୟାଦି ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯାଇଛି। ଏହି ଆନ୍ଦୋଳନରେ ମହାସଂଘର ତିହିଡ଼ି ଶାଖା ସଭାପତି ଜଟାଧାରୀ ଦାସ, ଉପସଭାପତି ସୁଧାଂଶୁ ବେହେରା, ସମ୍ପାଦକ ରମାକାନ୍ତ ବେହେରା, କୋଷାଧ୍ୟକ୍ଷ ରଂଜନ ବାରିକ, ଉପଦେଷ୍ଟା ଦିଲୀପ କୁମାର ଦାସ, ସଦସ୍ୟ ସୟଦ ସରଫୁଦ୍ଦୀନ, ସୟଦ ଇସ୍ତାର, ନବକୁମାର ପ୍ରଧାନ, ବିଜୟ କରଣ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ପଂଚାୟତର କର୍ମକର୍ତାମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.