Home ଜିଲ୍ଲା ପରିକ୍ରମା ଅଲ୍ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ ପକ୍ଷରୁ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଅଲ୍ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ ପକ୍ଷରୁ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

21

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଟର ଯାନ ଆଇନ-୨୦୧୯ ବାତିଲ୍ କରିବା, ଡ୍ରାଇଭର ମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା ଦେବା, ଇଛୁକ ଡ୍ରାଇଭର ମାନଙ୍କୁ ବିନାସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା, ସମସ୍ତ ଡ୍ରାଇଭର ମାନଙ୍କୁ ଇଏସଆଇ ରେ ଅନ୍ତର୍ଭୁକ୍ତ କରିବା, ଅବସରପ୍ରାପ୍ତ ଡ୍ରାଇଭର ମାନଙ୍କୁ ମାସିକ ପେନସନ ପ୍ରଦାନ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଡବଲ୍ ଇଞ୍ଜିନ୍ ସରକାର ଜାତୀୟ ସଂପତି ବିକ୍ରି ବଂଦ କରିବା, ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଦାବି ନେଇ ଅଲ୍ ଓଡିଶା ଡ୍ରାଇଭର ଆସୋସିଏସନ୍ ପକ୍ଷରୁ ଭଦ୍ରକ ବନ୍ତ ଛକ ନିକଟସ୍ଥ ଜାତୀୟ ରାଜପଥ-୧୬ କୁ ସକାଳ ୮:୦୦ ଘଟିକା ରୁ ସକାଳ ୧୦:୦୦ ଘଟିକା ପର୍ଯ୍ୟନ୍ତ ବଂଦ ରଖାଯାଇଥିଲା । ଫଳରେ ଜାତୀୟ ରାଜପଥରେ ଶହ ଶହ ଯାନବାହନ ବଂଦ ହୋଇ ରହିଥିଲା । ଏହି ବଂଦ ଆନ୍ଦୋଳନରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅଲ୍‌ଓଡିଶା ଡ୍ରାଇଭର ଆସୋସିଏସନ୍ ର ଭଦ୍ରକ ଜିଲ୍ଲା ସଭାପତି ଅଜୟ ଚାନ୍ଦ, ଆସୋସିଏସନ୍ ର ଅନ୍ୟତମ ନେତା ଅଭିରାମ ବେହେରା, ମାନସ ସାହୁ, ଗୋପିନାଥ ସାହୁ, କାଲୁ ଖାନ୍ ପ୍ରମୁଖ ନେତୃତ୍ୱ ନେଇଥିଲେ । ଆସନ୍ତା ଜୁଲାଇ,୯ ସର୍ବଭାରତୀୟ ସାଧାରଣ ଧର୍ମଘଟରେ ଅଲ୍ ଓଡିଶା ଡ୍ରାଇଭର ଆସୋସିଏସନ୍ ସାମିଲ ହେବ ବୋଲି ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସଭାପତି ଅଜୟ ଚାନ୍ଦ ଆନ୍ଦୋଳନ ସ୍ଥଳରେ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.