ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରଦେଶର ପୁନଃବାର ବିଜେପିର ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ନାମ ଏକ ପ୍ରକାର ନିଶ୍ଚତ । ଏହି ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟରେ ବିଜେପି ପରିବାର ଭିତରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ଭଦ୍ରକ ସହର ଚରମ୍ପା ବିଜେପି ପରିବାର ପକ୍ଷରୁ ଆଗୁଆ ଖୁସିର ଉତ୍ସବ ପାଳନ କରାଯାଇଛି । ଚରମ୍ପା ଅଂଚଳର ଯୁବ ନେତା କହ୍ନେଇ ଚରଣ ଦାସଙ୍କ ନେତୃତରେ ବହୁ ସଂଖ୍ୟାରେ ଯୁବ ବିଜେପି କର୍ମୀମାନେ ସାମିଲ ହୋଇଥିଲେ । ବାଣ ଫୁଟାଇ,ବାଜା ବଜାଇ ନାଚି ଖୁସି ମନାଇବା ସହ ମନମୋହନ ସାମଲଙ୍କ ଉଦ୍ଦେଶ୍ୟରେ ଛେନାପୋଡ଼ କେକ୍ କାଟିଥିଲେ । ଯୁବ କର୍ମୀ ଲିପୁନ ରାଉଳ,ରାଜୀବ ଘୋଷ,ବାଦଲ ପଣ୍ଡା,ଅମୂଲ୍ୟ ନାୟକ, ସଞ୍ଜୟ ହାଜରା,ଅଭିମନ୍ୟୁ ରାଉତ, ନିଳାଦ୍ରୀ ଯାଦବ, ନିତୀନ ଗୁପ୍ତା,ଖୁସୀଲ ଗୁପ୍ତା, ନନ୍ଦନ ବୈଦ୍ୟ,ରତ୍ନାକର ବେହେରା,ଅମୂଲ୍ୟ ବେହେରା,ମନୋଜ ମହାନ୍ତି,ଶୁକ ଧଳ ସମେତ ବହୁ କର୍ମୀ ସାମିଲ ହୋଇ ମନମୋହନ ସାମଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନର ମନମୋହନଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ ।
Home ଜିଲ୍ଲା ପରିକ୍ରମା ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲଙ୍କ ନାମ ଚର୍ଚ୍ଚାରେ, ଚରମ୍ପାର ଯୁବନେତାଙ୍କ ମଧ୍ୟରେ ଖୁସିଲ...








