Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ବନ୍ୟା, କୋଚିଳା ନଦୀବନ୍ଧକୁ ବିପଦ, ପରିବା ଚାଷ ନଷ୍ଟ, ବର୍ଷାରେ ଜଳାର୍ଣ୍ଣବ ଧାମନଗର...

ବୈତରଣୀ ନଦୀର ବନ୍ୟା, କୋଚିଳା ନଦୀବନ୍ଧକୁ ବିପଦ, ପରିବା ଚାଷ ନଷ୍ଟ, ବର୍ଷାରେ ଜଳାର୍ଣ୍ଣବ ଧାମନଗର ଅଂଚଳ

12

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଖା ପାଖି ୧୫ ଦିନ ହେବ ଲଗାଣ ବର୍ଷା ଜାରିଥିବା ବେଳେ ଏହି ପାଂଚ ଦିନ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଦ୍ୱାରା ବୈତରଣୀ ଓ ତାର ଶାଖା କୋଚିଳା ନଦୀର ଆସିଥିବା ବନ୍ୟା ପ୍ରଭାବରେ ଧାମନଗର ବ୍ଲକ ରେ ତଳିଆ ଅଂଚଳରେ କ୍ଷତି ଘଟିବାର ଆଶଙ୍କା ରହିଛି।କୋଚିଳା ନଦୀ ର ସଇଲୋ ଠାରେ ନଦୀବନ୍ଧ ଡ୍ରୁବଳ ଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଅଛନ୍ତି। ତେବେ ଜଳସେଚନ ବିଭାଗ ର ଉପଖଣ୍ଡ ଅଧିକାରି ଶରତ ଘଡାଇ, ଧାମନଗର ଜଳସେଚନ ବିଭାଗ ର ଏସଡିଓ କିଶୋର ଦାସ ଉପସ୍ଥିତ ରହି ପରିସ୍ଥିତି କୁ ଲକ୍ଷ୍ୟ ରଖିଛନ୍ତି।ଯଦିଓ ଗୌରାଙ୍ଗପୁର ଓ ମଲିମାହାର ଏସକେଫ ଉଚ୍ଚତା ବୃଦ୍ଧି କରା ଯାଇଚୀ ତାହା କାର୍ଯ୍ୟ ସମ୍ପୃଣ ହୋଇ ନଥିବାରୁ ବନ୍ୟାପାଣି ପଶି ପାରେ।ସେହିପରି ପ୍ରବଳ ବର୍ଷା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ହସନାବାଦ ପଂଚାୟତର ବ୍ୟାପକ ଅଂଚଳ,ଜଳମଗ୍ନ ହୋଇଛି।ଏପଟେ ରବିବାର ସମଗ୍ର ଅଞ୍ଚଳରେ ଦିନ ତମାମ ଲଗାଣ ବର୍ଷା ଲାଗି ରହିଛି। ମଝିରେ ମଝିରେ ତୁହାକୁ ତୁହା ପ୍ରବଳ ବର୍ଷାବର୍ଷିବା କାରଣରୁ ସାଧାରଣ ଜୀବନ ଯାତ୍ରା ବ୍ୟାଘାତ ଘଟିବା ସହ ବର୍ଷା ପାଣିରେ ବିସ୍ତୃତ ଅଂଚଳ ଜଳମଗ୍ନ ହୋଇଛି। ବିଲ ବାଡ଼ିରେ ହୋଇଥିବା ପରିବା ଚାଷ ଏବଂ ଶାରଦ ଧାନଚାଷ ପାଇଁ ବିଲରେ ପଡିଥିବା ତଳି ପାଣିରେ ବୁଡି ନଷ୍ଟ ହୋଇଛି।ଧାମନଗର ଅଂଚଳରେ ପ୍ରବାହିତ ବିଭିନ୍ନ ନଦୀବନ୍ଧରେ ବନ୍ୟାରେ ଯେପରି ଘାଇ ସୃଷ୍ଟି ନହେବ ସେ ଲାଗି ଆଗୁଆ ପଦକ୍ଷେପ ଗ୍ରହଣ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ତା ଗ୍ରହଣ କରାଯାଇଥିବା ଧାମନଗର ଜଳସମ୍ପଦ ବିଭାଗ ଅଧିକାରୀ ଜଣାଇଛନ୍ତି।ସେହିପରି ଧାମନଗର ବ୍ଲକ ର ଅନେକ ପଂଚାୟତ ର ଚାଷ ଜମିରେ ବର୍ଷା ଜଳରେ ବୁଡ଼ି ରହିଥିବାରୁ ଚାଷକାର୍ଯ୍ୟମଧ୍ୟ ବିଳମ୍ବ ହେଉଚି।ସେହିପରି ବୈତରଣୀ ନଦୀ ରେ ବନ୍ୟା ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କଂଟା ପାରି ଓ ପିତେଇପୁର ରେ ଥିବା ବୋଟ ଚାଳକ ଙ୍କୁ ସଜାଗ ରହିବାପାଇଁ ନିର୍ଦେଶ ଦିଆଯାଇନାହିଁ ।ଜିଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଦାବିହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.