Home ଜିଲ୍ଲା ପରିକ୍ରମା ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଗିରଫ କର : ସିପିଆଇ(ଏମ)

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଗିରଫ କର : ସିପିଆଇ(ଏମ)

23

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର ଜଣେ ପ୍ରତିଷ୍ଠିତ ନାରୀନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଯୌନକ୍ରିୟା ଓ ଚରିତ୍ର ପ୍ରତି କଦର୍ଯ୍ୟ ଓ ଅଶାଳୀନ ମନ୍ତବ୍ୟ ଦେଇଥିବା ବିଜେପି ବିଧାୟକ ସନ୍ତୋଷ ଖଟୁଆକୁ ତୁରନ୍ତ ଗିରଫ କରିବାକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦାବି କରାଯାଇଛି । ଭାରତର ସମ୍ବିଧାନ ଆମ ଦେଶର ମହିଳା ମାନଙ୍କୁ ସମ୍ମାନ, ସ୍ୱାଭିମାନ, ଆତ୍ମ ମର୍ଯାଦା, ଗଣତାନ୍ତ୍ରିକ ଅଧିକାର, ସମାନତା, ନ୍ୟାୟ, ସୁରକ୍ଷା ଆଦି ପ୍ରଦାନ କରିଥିବା ବେଳେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ବିଜୁ ଜନତା ଦଳ ର ଅନ୍ୟତମ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଙ୍କ ଚରିତ୍ର ସଂହାର କରିବା ଭାରତର ନାରୀ ସମାଜ ପ୍ରତି ଓ ଆମ ସମ୍ବିଧାନ ପ୍ରତି ଶକ୍ତ ଆଘାତ ବୋଲି ସିପିଆଇ(ଏମ)ର ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି । ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ବିଜେପି ର ଦାଗୀ ବିଧାୟକ ସନ୍ତୋଷ ଖଟୁଆଙ୍କୁ ବିଧାନସଭାରୁ ବହିଷ୍କାର କରିବା ଉଚିତ୍ ଓ ଭାରତୀୟ ନ୍ୟାୟ ସଂହିତା ର ଦଫା ୭୪, ଦଫା ୭୫, ଦଫା ୭୫ର ଉପଦଫା (୧) ଗ, ଘ ଅନୁଯାୟୀ ଅଭିଯୁକ୍ତ ସନ୍ତୋଷ ଖଟୁଆ କୁ ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ଥିବା ଓଡିଶା ପୋଲିସ ଅବିଳମ୍ବେ ଗିରଫ କରି କୋର୍ଟ ଚାଲାଣ କରିବା ଆବଶ୍ୟକ ବୋଲି ସିପିଆଇ(ଏମ)ର ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି । ମଣିପୁର ଡବଲ୍ ଇଞ୍ଜିନ୍ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ମଣିପୁରରେ ମହିଳା ଗଣଧର୍ଷଣ, ଓଡିଶାରେ ଚାଲିଥିବା ଡବଲ୍ ଇଞ୍ଜିନ୍ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ନିକଟରେ ଗୋପାଳପୁର ବନ୍ଦରରେ ଜଣେ ଯୁବତୀଙ୍କୁ ଗଣବଳତ୍କାର, ଶିମିଳିପାଳ ଅଭୟାରଣ୍ୟ ଭିତରେ ବନକର୍ମଚାରୀ ମାନଙ୍କ ଦ୍ୱାରା ମହିଳା ଧର୍ଷଣ, ଗଞ୍ଜାମ ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ ୩ ଜଣ ମହିଳାଙ୍କୁ ଧର୍ଷଣ, ଚାନ୍ଦିପୁର ବେଳାଭୂମିରେ ମହିଳା ଧର୍ଷଣ ଆଦି ଅପରାଧ ସଂଗଠିତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଭାରତର ୬ ଟି ରାଜ୍ୟକୁ ମହିଳା ମାନଙ୍କ ପାଇଁ ଅସୁରକ୍ଷିତ ବୋଲି ଚିହ୍ନଟ କରାଯାଇଥିଲା ଯାହା ବିଶ୍ୱ ଦରବାରରେ ଆମ ରାଜ୍ୟ ଓଡିଶା ଓ ଭାରତର ମୁହଁ ଲଜ୍ୟା ରେ ତଳକୁ ଯାଇଥିଲା । ଏବେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ର ମନ୍ତବ୍ୟ ବିଜେପି ଦଳର ଅସଲ ଚରିତ୍ର, ନୀତି ଓ ଆଦର୍ଶ କୁ ପଦାରେ ପକାଇଛି ଓ ରାଜ୍ୟ – ଜାତୀୟ ସ୍ତରର ଗଣମାଧ୍ୟମରେ ଏ ଘଟଣାର ପରିପ୍ରକାଶ ଆମ ଦେଶର ମହିଳା ମାନଙ୍କ ସମ୍ମାନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସିପିଆଇ(ଏମ) ନେତୃବୃନ୍ଦ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସନ୍ତୋଷ ଖଟୁଆ କୁ ଗିରଫ କରାନଗଲେ ଜନଆନ୍ଦୋଳନ ବ୍ୟାପକ ହେବ ବୋଲି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମିଳିତ ପ୍ରେସ୍ ବିଜ୍ଞପ୍ତି ରେ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ନେତା ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ପ୍ରଭାସ ମହାପାତ୍ର ,ରାଧାନାଥ ଦାସ ଓ ଗିରିଧାରୀ ନାଥ ପ୍ରମୁଖ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.