Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳିତ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳିତ

8

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ପୌରହିତ୍ୟରେ ସାତଭଉଣୀ ଉଚ୍ଚ ବିଦ୍ୟାପୀଠ, ଭଦ୍ରକ ପରିସରରେ ବନମହୋତ୍ସବ ପାଳନ ନିମିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିବେଶର ସୁସ୍ଥ ବାତାବରଣ ନିମିତ ବୃକ୍ଷରୋପଣ ନିହାତି ଜରୁରୀ, ପରିବେଶ ସୁସ୍ଥ ରହିଲେ ମଣିଷ ମଧ୍ୟ ସୁସ୍ଥ ଜୀବନ ଯାପନ କରିପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦ, ପୋଲିସ୍ ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ସହକାରୀ ସଂରକ୍ଷଣ ବନ୍ୟ ଅଧିକାରୀ ସୁମିତ ମହାନ୍ତି ଏବଂ ଭଦ୍ରକ ଉପଖଣ୍ଡ ଅଧିକାରୀ ପ୍ରିତିରାଣୀ ଦାସ ତଥା ସାତଭଉଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଭାମାମଣୀ ଦାସଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ଟ୍ରି ଫେମିଲିର ସଦସ୍ୟଗଣ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଗଣ, ପ୍ୟାନେଲ ଓକିଲ, ବନ୍ୟପ୍ରାଣୀ ଭଦ୍ରକର କର୍ମକର୍ତା ଗଣ ଏବଂ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣର ସମସ୍ତ କର୍ମଚାରୀଗଣ ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.