Home ଜିଲ୍ଲା ପରିକ୍ରମା ବାଲେଶ୍ୱର-ଭଦ୍ରକ ସମବାୟ କର୍ମଚାରୀ ସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ବିଦାୟ ସମ୍ବର୍ଦ୍ଧନା

ବାଲେଶ୍ୱର-ଭଦ୍ରକ ସମବାୟ କର୍ମଚାରୀ ସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ବିଦାୟ ସମ୍ବର୍ଦ୍ଧନା

4

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର -ଭଦ୍ରକ ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଡିଗୀ ଗ୍ରାମୀଣ ପାର୍କ ରେ ବିବିସିସି ବ୍ୟାଙ୍କ ଡାଇରେକ୍ଟର ଦଶରଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଉପ ସଭାପତି ରଞ୍ଜିତା ସିଂ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ଏଥିରେ ବିବିସିସି ବ୍ୟାଙ୍କ ନିର୍ଦ୍ଦେଶକ ଜ୍ୟୋତି ମହାକୁଡ଼, ନିରଞ୍ଜନ ଦାସ, ରମେଶ ଚନ୍ଦ୍ର ଭାରତୀ, ଯୋଗେନ୍ଦ୍ର ଘଡେଇ, ପୁଷ୍ପଲତା ଜେନା, ନବ କିଶୋର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏରିଆ ଅଫିସର ସୁବ୍ରତ ତ୍ରିପାଠୀ, ବିବିସିସି ବ୍ୟାଙ୍କ ଧାମନଗର ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ ପ୍ରମୁଖ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯେପରି ଚାଷୀ ଓ ବ୍ୟାଙ୍କ କର୍ମଚାରି,ସମିତି ର କର୍ମଚାରି ମାନଙ୍କ ମଧ୍ୟ ରେ ଉତମ ସମ୍ପର୍କ ରହିବ ସେ ଦିଗରେ ଦାଇତ୍ୱ ରହିବା ଦରକାର ରହିବା ଆବଶ୍ୟକ ବୋଲି ଅତିଥି ମାନେ କହିଥିଲେ। ଏହା ପରେ ବିଦାୟୀ ସମ୍ୱର୍ଦ୍ଧିତ ପ୍ରତିଭା ଦୋବଲ ସମବାୟ ସମିତିର ଅବସରପ୍ରାପ୍ତ ସମ୍ପାଦକ ବିଦ୍ୟାଧର ପଣ୍ଡା, ବିବିସିସି ବ୍ୟାଙ୍କ ଧାମନଗର ଶାଖା ହିସାବ ରକ୍ଷକ ଚିତରଞ୍ଜନ ଶତପଥୀଙ୍କ ସୁଗୁଣ ବଖାଣି ଥିଲେ। ଏହି କାର୍ଯ୍ୟକ୍ରମରେ ଧାମନଗର ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତି ସଭାପତି, ସମ୍ପାଦକ, ପୂର୍ବତନ ସମ୍ପାଦକ ଓ କର୍ମଚାରୀ ମାନେ ଯୋଗଦେଇ ଥିଲେ।ଭଦ୍ରକ ବାଲେଶ୍ୱର ଜିଲ୍ଲା କର୍ମ ଚାରି ସଙ୍ଗ ର ସଧାରଣ ସଂପାଦକ ଅରୁଣ ଉଦୟ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.