Home ଜିଲ୍ଲା ପରିକ୍ରମା ବନ୍ୟା ପ୍ରଭାବିତ ଅଂଚଳକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ, ବିଲଣାରେ ବନ୍ୟା ନିୟନ୍ତ୍ରଣକୁ ନେଇ ସମୀକ୍ଷା...

ବନ୍ୟା ପ୍ରଭାବିତ ଅଂଚଳକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ, ବିଲଣାରେ ବନ୍ୟା ନିୟନ୍ତ୍ରଣକୁ ନେଇ ସମୀକ୍ଷା ବୈଠକ

11

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଉପର ମୁଣ୍ଡର ବର୍ଷ ଜଳ ଗଡ଼ି ତଳମୁଣ୍ଡକୁ ପ୍ରଭାବିତ ହେଉଛି। ଯେଉଁଥିପାଇଁ ଭଦ୍ରକ ଜିଲା ତିହିଡ଼ି ବ୍ଲକର ବୋଡ଼କ, ବାରୋ, ବିଲଣା, ତଳଗୋପବିନ୍ଧା ଇତ୍ୟାଦି ପଂଚାୟତର ଧାନ ତଳି ପଡ଼ି ଥିବା ଜମି ବୁଡ଼ି ଯାଇଛି। ଅଧିକ ପାଣି ଆସିଲେ ଗ୍ରାମକୁ ମାଡ଼ିବାର ସମ୍ଭାବନା ରହିଛି। ଖବର ପାଇ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ବନ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ବିଲଣା ପଂଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବନ୍ୟା ଜଳ ପଂଚାୟତକୁ କିପରି ପ୍ରବେଶ ନକରିବ ସେନେଇ ଏକ ସମୀକ୍ଷା ବୈଠକ କରିଥିଲେ। ସାଳନ୍ଦୀ ଓ ନାଳିଆ ନଦୀରେ ବହୁ ସ୍ଥାନରେ ଆଡ଼ିବନ୍ଧ ଦୁର୍ବଳ, ସ୍ଲୁଇସ୍ ଗେଟ୍ ନଥିବା, ପୋଲ ନଥିବା କାରଣରୁ ବନ୍ୟା ଜଳ ସଠିକ ଭାବେ ନିଷ୍କାସନ ହୋଇନପାରି ପଂଚାୟତର ବିଭିନ୍ନ ଗ୍ରାମକୁ ବନ୍ୟାଜଳ ପ୍ରବେଶ କରୁଛି। ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କେଉଁ କେଉଁ ସ୍ଥାନରେ ସ୍ଲୁଇସ୍‌ଗେଟ୍‌, ପୋଲ ଓ ଆଡ଼ିବନ୍ଧ ନିର୍ମାଣ କରାଯିବ ସେନେଇ ବିଭାଗୀୟ ଅଧିକାରୀମାନଙକ ସହିତ ସମୀକ୍ଷା ବୈଠକରେ ଆଲୋଚନା କରିଥିବା ବେଳେ କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ। ବନ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଂଚାୟତରେ ୬ଟି ପୋଲ, ୨ଟି ସ୍ଲୁଇସ୍‌ଗେଟ ଓ ୪ଟି ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ହେବାକୁ ପ୍ରସ୍ଥାବ ଦିଆଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ଏହି ସବୁ ପୋଲ ଓ ସ୍ଲୁଇସ୍ ଗେଟ ଓ ନାଳିଆ ନଦୀରେ ନିର୍ମାଣ ହେବ। ବାରୋ ପଂଚାୟତ ଅଧୀନ ନାଳିଆ ନଦୀରେ ବଳିଆରପୁର ଆର.ଆଇ କାର୍ଯ୍ୟାଳୟ ନିକଟ ଓ ପଂଚବଟୀ ଠାରେ ପୋଲ, ବିଲଣା ପଂଚାୟତ ଅଧୀନ ସାଳନ୍ଦୀ ନଦୀରେ ଗଳଗଣ୍ଡପୁର ଓ ବିଲଣା ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ପୋଲ, କୁବେରା ପଂଚାୟତ ଅଧୀନ ଗୋପାଳିଆ କେନାଲର ତୋଟାସାହି ଠାରେ ପୋଲ ଓ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ବାଲିଘାଇ ରାସ୍ତାର କାଠମୁଣ୍ଡା ଠାରେ ଛେଳିଆ ନାଳରେ ପୋଲ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି। ସେହିପରି ବାରୋ ପଂଚାୟତର ନାଳିଆ ନଦୀରେ ବାରୋ ଠାରୁ ପଂଚବଟୀ ଯାଏ ଆଡ଼ିବନ୍ଧ, କୁଦମାହାରା ଠାରୁ ବାରୋ ଓ ବାରୋ ଠାରୁ କାଁପଡ଼ା ଯାଏ ସାଳନ୍ଦୀ ନଦୀର ଆଡ଼ିବନ୍ଧ ନିର୍ମାଣ, କୁଦମାହାରା ଠାରେ ସ୍ଲୁଇସ୍‌ଗେଟ୍‌, ଚବିଶପଡ଼ା ଠାରେ ନଈର ସୁରକ୍ଷା ପ୍ରାଚୀର, କପାଳୀ ନଦୀର ବାମ ପାଶ୍ୱର୍ରେ ପଂଚୁରିଖି ଠାରୁ କାଶିମ୍‌ପୁର ଯାଏ ମଧ୍ୟ ଆଡ଼ିବନ୍ଧ ନିର୍ମାଣ ହେବାର ପ୍ରସ୍ଥାବ ରହିଛି। ଏହି ପ୍ରକଳ୍ପ ଗୁଡ଼ିକ କିପରି ତୁରନ୍ତ କାର୍ଯ୍ୟକାରୀ ହେବ ସେ ନେଇ ମନ୍ତ୍ରୀ ଶ୍ରୀ ସୂରଜ ସମୀକ୍ଷା ବୈଠକରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ତହସିଲଦାର ନମିତା ଧଳ, ବିଡିଓ ନିରଂଜନ ବାରିକ, ସାଳନ୍ଦୀ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ଆଖୁଆପଦା ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼େଇ, ସାଳନ୍ଦୀ ଡିଭିଜନ ଏଡିଓ ରାଇକେନ ବେସ୍ରା, କନିଷ୍ଠ ଯନ୍ତ୍ରୀ ସତ୍ୟସୁନ୍ଦର ମଣ୍ଡଳ, ଡ୍ରେନେଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ଏସଡିଓ ଜ୍ଞାନଦତ ରାଉତ, କନିଷ୍ଠ ଯନ୍ତ୍ରୀ ଶଙ୍କର୍ଷଣ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବରିଷ୍ଠ ବିଜେପି ନେତା ଅଜୟ କୁମାର ନାୟକ, ଦେବେନ୍ଦ୍ର ପୁହାଣ, ରଘୁନାଥ ପାତ୍ର, ପ୍ରମୋଦ ଦାସ, ଶରତ ଦାସ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ମଣ୍ଡଳ ସଭାପତି ସାଇଶରଣ ବେହେରା, ସରୋଜ ନାୟକ ଓ କେଶବ ବେହେରା, ସରପଂଚ ଶୁଭ୍ରନାରାୟଣ ସେଠୀ, ସଂଜୀବ ବେହେରା, କୁନ୍ତଳା ମଳିକ, ବିଲଣା ସରପଂଚ ପ୍ରତିନିଧି ବିଶ୍ୱରଂଜନ ନାୟକ, ସମିତିସଭ୍ୟ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ଯୁବ ମୋର୍ଚ୍ଚା ସଭାପତି ଯଜ୍ଞଦତ ପତି, ଶରତ ନାୟକ, ସଂଦୀପ ଦାସ, ଉମାକାନ୍ତ ଦାସ, ଉଷାକାନ୍ତ ନାୟକ, ରଘୁନାଥ ମଳିକ, ତାପସ ବେହେରା, କ୍ଷୀରସିନ୍ଧୁ ବାରିକ, ଜୟନ୍ତ ନାୟକ, ଶରତ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ପଂଚାୟତବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.