Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଲେ ରଶ୍ମିତା

ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଲେ ରଶ୍ମିତା

14

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୃଷ୍ଟିର ଆରମ୍ଭରୁ ଶିକ୍ଷାଗୁରୁ ହେଉଛନ୍ତି ଜୀବନାଦର୍ଶର ମାଧ୍ୟମ ହୋଇ ଆସିଛି। ସମାଜର ପ୍ରଗତି ଏବଂ ଛାତ୍ରଛାତ୍ରୀଙ୍କ ବିକାଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ନିର୍ଭର କରେ ବୋଲି ପୁରାଣଶାସ୍ତ୍ର ଠାରୁ ଆରମ୍ଭ କରି ବେଦ ବେଦାନ୍ତ ପର୍ଯ୍ୟନ୍ତ ଶିକ୍ଷାଗୁରୁଙ୍କୁ ଚଳନ୍ତି ଈଶ୍ୱର ରୁପେ ମାନ୍ୟତା ଦେଇଛି।ସେହିପରି ଜଣେ ଆଦର୍ଶ ଶିକ୍ଷୟିତ୍ରୀ ପୂର୍ବତନ ସି ଆର ସି ସି ରଶ୍ମିତା ଦାଶ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଚୟନ କରାଯାଇ ଶିକ୍ଷା ଗବେଶିକା ଭାବେ ମନୋନୀତ ହୋଇ ଦିଲ୍ଲୀ ସ୍ଥିତ ଏନସିଇଆରଟିର ଜୱାହର ଲାଲ ନେହେରୁ ଖଣ୍ଡର କକ୍ଷରେ ଉପସ୍ଥିତ ଜାତୀୟ ସ୍ତରର ବିଭିନ୍ନ ରାଜ୍ୟରୁ ମନୋନୀତ ୨୮ ଜଣଙ୍କ ଦ୍ୱାରା ହୋଇଥିବା ଗବେଷକ ଗାବେଶିକା ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ସଂସ୍କାରକ ସଂସ୍କରିକା ତଥା ବୁଦ୍ଧଜୀବୀ ମହଲରେ ନିଜର ବଳିଷ୍ଠ ଉପସ୍ଥାପନ ଦେଇ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭଦ୍ରକ ଜିଲ୍ଲାରୁ ଏହା ସର୍ବ ପ୍ରଥମ କୃତି ଓ ସମ୍ମାନ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ ତରଫରୁ ତାଙ୍କୁ ଭୂୟସୀ ପ୍ରଶଂସା କରା ଯାଇଛି। ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଭଦ୍ରକ ଏନ ସି ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ମନୋନୀତ ହୋଇଛନ୍ତି। ସଂଖ୍ୟାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବେଦନକୁ ତର୍ଜମା କରି ରାଷ୍ଟ୍ରୀୟ ଶୈଖିକ ଅନୁସନ୍ଧାନ ସର୍ବ ଭାରତୀୟ ସ୍ତରରେ ୨୮ ଜଣଙ୍କୁ ମନୋନୀତ କରିଥିବା ବେଳେ ଓଡ଼ିଶାରୁ ମାତ୍ର ଦୁଇ ଜଣଙ୍କୁ କେନ୍ଦ୍ରୀୟ ଚୟନ ପ୍ରକ୍ରିୟା ଦ୍ୱାରା ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଅନ୍ୟତମ। ଦିଲ୍ଲୀରେ ଶିକ୍ଷା ସମ୍ବନ୍ଧୀୟ ଉପସ୍ଥାପନ ପାଇଁ ଶ୍ରୀମତୀ ଦାଶଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରିବା ସହିତ କେନ୍ଦ୍ର ଶୈଖିକ ଅନୁସନ୍ଧାନ ତରଫରୁ ସମ୍ମାନ ଓ ପୁରସ୍କୃତ କରା ଯାଇଥିଲା।ଏହି ସଫଳତା ପଛରେ ଢେଙ୍କାନାଳ ଶିକ୍ଷଣ ଅନୁଷ୍ଠାନ ର ଅଧ୍ୟକ୍ଷଡ ସଚ୍ଚିଦାନନ୍ଦ ମିଶ୍ରଙ୍କ ମାର୍ଗଦର୍ଶନ ,ପ୍ରଧାନ ଶିକ୍ଷୟତ୍ରୀ ଡକ୍ଟର ସୁକିର୍ତୀ କରଙ୍କ ସହଯୋଗ , ଓଡ଼ିଆ ଭାଷା ସାହିତ୍ୟ ଗବେଷକ ତଥା ଶିକ୍ଷାବିତ୍ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଆଶୀର୍ବାଦ ତଥା ବିଦ୍ୟାଳୟର ସହକର୍ମୀଙ୍କ ସଦିଚ୍ଛା ରହିଛି ବୋଲି ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.