Home ଜିଲ୍ଲା ପରିକ୍ରମା ତଳକାଁପଡ଼ା ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କା, ଜମିରେ ହଳ ବନ୍ଦ କରିବା ପ୍ରତିବାଦରେ...

ତଳକାଁପଡ଼ା ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କା, ଜମିରେ ହଳ ବନ୍ଦ କରିବା ପ୍ରତିବାଦରେ ଥାନାର ଦ୍ୱାରସ୍ଥ ଗ୍ରାମବାସୀ

8

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଂଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଂକା କରାଯାଇଛି। ପୂର୍ବରୁ ଏହି ଗ୍ରାମରେ ବୋମା ମାଡ଼ ଓ ଗଣ୍ଡଗୋଳ ଇତ୍ୟାଦି ଘଟଣା ଘଟି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତିହିଡ଼ି ପୁଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ମାତ୍ର ପୁଣି ତଳକାଁପଡ଼ା ଗ୍ରାମର ଦୁଇଜଣ ବ୍ୟକ୍ତି କେତେକ ଗ୍ରାମବାସୀଙ୍କୁ ଜମିରେ ହଳ ବନ୍ଦ କରିବା ଘଟଣାକୁ ନେଇ ଥାନାରେ ଗ୍ରାମବାସୀମାନେ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମର ଶରତ ମଳିକ ଅଭିଯୋଗ କରିଛନ୍ତି ଯେ, ସୋମବାର ସକାଳ ୭ଟା ସମୟରେ ସେ ଟ୍ରାକ୍ଟର ନେଇ ନିଜ ବିଲକୁ ହଳ କରିବାକୁ ଯାଇଥିଲେ। ସେ ହଳ କରିସାରିବା ପରେ ଅନ୍ୟ ଚାଷୀଙ୍କ ଜମିକୁ ହଳ କରିବାକୁ ଟ୍ରାକ୍ଟର ଯାଇଥିଲା। ଏହି ସମୟରେ ଗ୍ରାମର ଦୁଇଜଣ ବ୍ୟକ୍ତି ବାଡ଼ି ଓ ମାରଣାସ୍ତ୍ର ଧରି ବିଲରେ ପହଂଚି ହଳ କରୁଥିବା ଚାଷୀଙ୍କୁ ଗାଳିଗୁଲ କରିବା ସହ ଟ୍ରାକ୍ଟରରେ ହଳ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଚାଷୀମାନେ ହଳ ନକରିପାରି ଫେରି ଆସି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ଶରତଙ୍କ ସହିତ ରବିନ୍ଦ୍ର ମଳିକ, ନିଲୁ ମଳିକ, ପ୍ରକାଶ ଦାସ, ବିକାଶ ଦାସ, ରାଜୁ ଦାସ, ବିଜୟ ମଳିକ, ବଳରାମ ଦାସ, କ୍ଷୀରୋଦ ଦାସ, ଅରୁଣ ମଳିକ, ଶ୍ରୀକୃଷ୍ଣ ଦାସ ପ୍ରମୁଖ ବହୁ ଗ୍ରାମବାସୀ ଥାନାରେ ପହଂଚି ନ୍ୟାୟ ପାଇ ଦାବି କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.