Home ଜିଲ୍ଲା ପରିକ୍ରମା କୋଚିଳା ନଦୀବନ୍ଧ ଦୁର୍ବଳ ନେଇ ମନ୍ତ୍ରୀ ଓ ବିଜେଡ଼ି କର୍ମୀଙ୍କ ନଦୀବନ୍ଧ ପରିଦର୍ଶନ, ନିମ୍ନମାନର କାମ...

କୋଚିଳା ନଦୀବନ୍ଧ ଦୁର୍ବଳ ନେଇ ମନ୍ତ୍ରୀ ଓ ବିଜେଡ଼ି କର୍ମୀଙ୍କ ନଦୀବନ୍ଧ ପରିଦର୍ଶନ, ନିମ୍ନମାନର କାମ ପାଇଁ ଏ ଅବସ୍ଥା ବୋଲି ଅଭିଯୋଗ କଲା ବିଜେଡ଼ି

11

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ କୋଚିଳା ନଦୀ ରେ ଏକ ଛୋଟ ବନ୍ୟା ଚଳିତ ମାସ ୧ ତାରିଖ ଦିନ ଆସିଥିଲା । ଏହି ବନ୍ୟା ରେ ପଧାନି ପଂଚାୟତ ର ସଇଲୋ ଠାରେ ବିଶ୍ୱାଳଘର ନିକଟରେ କୋଚିଳା ନଦୀ ବନ୍ଧ ଦୃବଳ ଥିଲା ବନ୍ଧ କାମ ମରାମତି ବି ଚାଲିଥିଲା ଭୟଭୀତ ବି ଗ୍ରାମବାସି ଥିଲେ । ଖବର ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ୨ ତାରିଖ ସଂଧ୍ୟା ନଦୀବନ୍ଧ ବୁଲି ଦେଖିଥିଲେ ଓ ସେଠାରେ ସ୍ଥାୟୀ ପ୍ରତିକାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ନିମ୍ନମାନର ନଦୀବନ୍ଧ କାର୍ଯ୍ୟପାଇଁ ବନ୍ଧ ଧସିଲା ବୋଲି ଧାମନଗର ବିଜେଡ଼ି ଅଭିଯୋଗ କରିଛି, ଗୁରୁବାର ଦିନ ଧାମନଗର ବିଜେଡ଼ିର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଓ ନଦୀ ବନ୍ଧ ବୁଲି ଦେଖିଥିଲେ । ବାରମ୍ୱାର ଉକ୍ତ ସ୍ଥାନରେ ମରାମତି ହେଉଥିଲେ ବି କାହିକି ଏପରି ନଦୀବନ୍ଧ ଧସୁଚି ବୋଲି ପ୍ରଶ୍ନ ରେ ବିଭାଗୀୟ ଅଧିକାରୀ କିଶୋର ଦାସ କହିଛନ୍ତି ନଦୀ ର ତଳ ଅଂଶ ରେ ଏକ ପତଳା କାଦୁଆ ମାଟି ରହୁଥିବାରୁ ଏପରି ଘଟୁଛି ତେବେ ଖୁବ ଶୀଘ୍ର ସେଠାରେ ସ୍ତାଇ ପ୍ରତିକାର କରାଯିବ ବୋଲି ଶ୍ରୀ ଦାସ କହିଥିଲେ।ବିଜେଡ଼ି ର ଏହି ପ୍ରତିନିିଧିଦଳରେ ବିଜେଡ଼ିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଡାକ୍ତର ସଞ୍ଜୟ ଦାସ, ନ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଳା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ,ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲ, ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ସୁଶାନ୍ତ ରାଉତଙ୍କ ସମେତ ବହୁ ଛାମୁଆଁ ସଙ୍ଗଠକ ଓ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.