ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ନଦୀଗାଁ ପଂଚାୟତ ର ତିନିଘରିଆ ଗ୍ରାମ ର ଉମାକାନ୍ତ ବସନ୍ତୀଆ ଙ୍କ ପୁଅ ଜ୍ୟୋତି ବସନ୍ତିଆ ( ୧୯) ବୁଧବାର ଦିନ ୨ ଟା ସମୟରେ ନିକଟସ୍ତ ପୋଖରିକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ ପାଣିରେ ବୁଡି ଯାଇ ଥିଲେ।ଘର ଲୋକ ଖୋଜା ଖୋଜି କରି ଉକ୍ତ ପୋଖରୀ ରୁ ଜ୍ୟୋତିର ମୃତଦେହ ଉଦ୍ଧାର କରିଥିଲେ ।ଖବର ପାଇ ଧୁଷୁରି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଛନ୍ତି। ଏ ସଂପର୍କ ରେ ଥାନା ରେ ଏକ ଅପମୃତୁ ମାମଲା ରୁଜୁ ହୋଇଛି ।ପ୍ରକାଶ ଥାଉ କି ମୃତ ଯୁବକ ଜ୍ୟୋତି ଜଣେ ମୁକ ହୋଇ ଥିବାରୁ ପାଣିରେ ପଡି ଯିବାପରେ କାହାରିକୁ ଡାକି ପାରି ନଥିଲା ।ଫଳରେ ତାର ମୃତ୍ୟୁ ହୋଇ ଥିଲା।








