Home ଜିଲ୍ଲା ପରିକ୍ରମା ଓଏଏସ୍ ସଂଘର ସମୂହ ଛୁଟି ଯୋଗୁ ଚାନ୍ଦବାଲି ବ୍ଲକ ଓ ତହସିଲ ଅଫିସରେ କାମ ଠପ୍‌,...

ଓଏଏସ୍ ସଂଘର ସମୂହ ଛୁଟି ଯୋଗୁ ଚାନ୍ଦବାଲି ବ୍ଲକ ଓ ତହସିଲ ଅଫିସରେ କାମ ଠପ୍‌, ଦୁଇ ଦିନ ହେଲା ଲୋକ ହନ୍ତସନ୍ତ

23

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ । ଫଳରେ ବିଭିନ୍ନ ସ୍ଥାନରେ ଅଫିସ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣା ପଛରେ ମୁଖ୍ୟ ଥିବା କାର୍ପଟଦାରଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଏହାର ପ୍ରତି ଫଳନ ଚାନ୍ଦବାଲି ବ୍ଲକ ଓ ତହସିଲ ରେ ଦେଖିବାକୁ ମିଳିଛି। ଚାନ୍ଦବାଲି ବ୍ଲକ ର ବିଡ଼ିଓ ସଂଜୀବ କୁମାର ମହାନ୍ତି ଓ ତହସିଲଦାର ଭବତୋଷ ମଳିକ କାର୍ଯ୍ୟ ରେ ଯୋଗ ନ ଦେବା ହେତୁ ଅଫିସ ରେ କିଛି କାମ ହୋଇପାରୁନି। ଚାନ୍ଦବାଲି ବ୍ଲକ ରେ ବିଭିନ୍ନ ଉନୟନ ମୂଳକ କାମ ଠପ ହୋଉପଡ଼ିଛି ଯେପରି ଆବାସ ଯୋଜନା, ରାସନ କାର୍ଡ ସଂଶୋଧନ, ସାଧାରଣ ଜନତା ଙ୍କ ଅଭିଯୋଗ କୁ କେହି ଗ୍ରହଣ କରୁ ନାହାନ୍ତି, ଏପରିକି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନେ ଆସି ଅଫିସ ରେ ବୁଲୁଥିବା ବେଳେ ନିଜ ନିଜ ଟେବୁଲ ଗୁଡିକ ଫାଙ୍କା ପଡୁଛି, ସେମାନଙ୍କୁ ରୋକ ଦେବାକୁ କେହି ନାହାନ୍ତି ଏବଂ ଅଭିଯୋଗ ଗ୍ରହଣ କରିବାକୁ ମଧ୍ୟ କେହି ରାଜି ହେଉ ନଥିବା ଦୃଷ୍ଟି ଗୋଚର ହୋଇଛି।ସେହି ପରି ତହସିଲ ରେ ନାମଜାରୀ, କିସମ ପରି୍ୱର୍ତନ, ଆୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଠିକଣା ପ୍ରମାଣ ପତ୍ର ମଧ୍ୟ୍ୟ ଜନତା ଙ୍କୁ ମିଳି ପାରୁନି ସତେ ଯେପରି ମୁରବୀ ଶୂନ୍ୟ ହୋଇ ଯାଇଛି।ଏବେ ଛାତ୍ର ଛାତ୍ରୀ ମାନଙ୍କର ଆଡମିସନ ହେଉଛି କିନ୍ତୁ ଅଫିସ ଠପ ହେତୁ ଛାତ୍ର ଛାତ୍ରୀ ମାନେ ବହୁତୁ ଅସୁବିଧାର ସମୁଖୀନ ହେଉଛି। ଚାନ୍ଦବାଲି ବ୍ଲକ ଏବଂ ତହସିଲ ରେ ପ୍ରବଳ ଭିଡ଼ ପରିଲ କ୍ଷିତ ହେଉଥିବା ବେଳେ ସାଧାରଣ ଜନତା ଆସି କେବଳ ଖର୍ଚ୍ଚାନ୍ତ ହୋଇ ଫେରୁଥିବା ବେଳେ ସମସ୍ତ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି। ତୁରନ୍ତ ଓଡିଶା ପ୍ରଶାସନିକ ଅଧିକାରୀ କାର୍ଯ୍ୟ ରେ ଯୋଗ ଦେବାକୁ ଅଂଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.