Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଳବ୍‌ର ବିଭିନ୍ନ କାର୍ଯ୍ୟକ୍ରମ

ଭଦ୍ରକ ରୋଟାରୀ କ୍ଳବ୍‌ର ବିଭିନ୍ନ କାର୍ଯ୍ୟକ୍ରମ

6

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ ବର୍ଷର ପ୍ରଥମ ଦିବସରେ ରୋଟାରୀ କ୍ଳବ୍ ଭଦ୍ରକ ର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଳବ୍ ସଭାପତି ରୋ ନାସିର ବକ୍ସ ଓ ସମ୍ପାଦକ ରୋ ବାଦଲ କିଶୋର ମହାପାତ୍ରଙ୍କ ନେତୃତ୍ୱ ରେ ଏବଂ ଚେୟାରମେନ ରୋ ପ୍ରମୋଦ କୁମାର ଜେନାଙ୍କ ଆୟୋଜନ କ୍ରମେ ସର୍ବ ପ୍ରଥମେ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାଖାଲ ଦାସ ଓ ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଦାସ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଦ୍ୱିତୀୟ ପର୍ଯ୍ୟାୟ ରେ ଚେୟାରମେନ ରୋ ଅମ୍ବିକା ବଲ୍ଲଭ ସ୍ୱାଇଁ ଙ୍କ ଆୟୋଜନ ରେ କ୍ଲବ ଗୃହ ସମ୍ମୁଖ ରାସ୍ତା କଡ଼ରେ ଓ ରାମକୃଷ୍ଣ ଆଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଚେୟାରମେନ ରୋ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ଆୟୋଜନ କ୍ରମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କ ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଚତୁର୍ଥ ପର୍ଯ୍ୟାୟରେ ଚେୟାରମେନ ତଥା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରୋ ସୁଧୀରଞ୍ଜନ ନାୟକ ଙ୍କ ତତ୍ୱାବଧାନରେ ଉଭୟ ରୋଟାରୀ କ୍ଳବ୍‌, ଆଇ ଏମ୍ ଏ ଓ ଭଦ୍ରକ ଜିଲ୍ଲା ଓଡ଼ିଶା ମେଡିକାଲ ଆସୋସିଏସନର ମିଳିତ ସହଯୋଗରେ “ଆନ୍ତର୍ଜାତୀୟ ଡକ୍ଟରଙ୍କ ଦିବସ” ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ସଭା ଆୟୋଜିତ ହୋଇ କୃତି ଚିକିତ୍ସକ ଓ ସେବକ ଏବଂ ସେବିକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।ପଂଚମ ପର୍ଯ୍ୟାୟରେ ଚେୟାରମେନ ରୋ ବୈରାଗୀ ଚରଣ ଧଳ ଙ୍କ ଆୟୋଜନ ରେ ଅନ୍ନପୂର୍ଣ୍ଣା ଦିବସ ପାଳନ ମିଶନ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଏଥିରେ ୧୦୦ ରୁ ଊର୍ଦ୍ଧ୍ୱ ଶ୍ରମଜୀବୀ ପରିବାର ବର୍ଗଙ୍କୁ ରନ୍ଧା ଖାଦ୍ୟ ଓ ଛତା ବଂଟନ କରାଯାଇଥିଲା।ନବ ନିର୍ବାଚିତ ପ୍ରାନ୍ତପାଳ ରୋ ଇନ୍ଦ୍ରଜିତ ସାହୁ ତଥା ମିଶନ ପବ୍ଲିକ ସ୍କୁଲ ର ନିର୍ଦ୍ଦେଶକ ସମସ୍ତ ବ୍ୟବସ୍ଥା ତାଙ୍କ ତରଫରୁ ଯୋଗାଇ ଦେଇଥିଲେ ।ଷଷ୍ଠ ତଥା ଅନ୍ତିମ ପର୍ଯ୍ୟାୟରେ ସନ୍ଧ୍ୟାରେ ଚେୟାରମେନ ରୋ ବିଚିତ୍ରାନନ୍ଦ ଦାସଙ୍କ ସଂଯୋଜନା ରେ କ୍ଲବ ସମ୍ମିଳନୀ ଗୃହରେ ଚାଟାର୍ଡ ଆକାଉଂଟାଂଟସ ଡେ ପାଳନ କରାଯାଇଥିଲା।ଆୟୋଜିତ ସଭାରେ ଦିବସର ଗୁରୁତ୍ୱ ସମର୍କରେ ବିଶଦ ଆଲୋଚନା କରାଯାଇ ଚାରିଜଣ ଚାଟାର୍ଡ ଆକାଉଂଟାଂଟ ଙ୍କୁ ରୋଟାରୀ କ୍ଳବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଦିବସ ବ୍ୟାପୀ ସମସ୍ତ କାର୍ଯ୍ୟରେ ରୋ ଉମାକାନ୍ତ ଜେନା, ରୋ ପ୍ରଣବ କୁମାର ସାହୁ,ପୂର୍ବ ବର୍ଷ ସଭାପତି ରୋ ସନ୍ତୋଷ କୁମାର ନାୟକ, ସମ୍ପାଦିକା ରୋ ସାୟାନ୍ତା ସୌରମାଳିନି ସାହୁ, ରୋ ବୈରାଗୀ ଧଳ,ରୋ ଅଭିଜିତ ନାୟକ,ରୋ ମାଙ୍ଗିଲାଲ୍ ବଳଦେୱା,ରୋ ସୈଳେନ୍ଦ୍ର ପାଢ଼ୀ,ରୋ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ରୋ ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟ ଏବଂ ମିଶନ ପବ୍ଲିକ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଅଜୟ ତ୍ରିପାଠୀ, ସୁଚରିତା ନାୟକ,ରତନ ବିନ୍ଧାଣୀ,ଲୋପାମୁଦ୍ରା ଦାସ,ମହେଶ୍ୱର ବାବୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.