Home ଜିଲ୍ଲା ପରିକ୍ରମା ଆଇଏମଏ ପକ୍ଷରୁ ଡକ୍ଟରସ୍ ଡେ ପାଳିତ

ଆଇଏମଏ ପକ୍ଷରୁ ଡକ୍ଟରସ୍ ଡେ ପାଳିତ

6

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଚିକିତ୍ସକ ସଂଘ ( ଆଇଏମଏ)ଭଦ୍ରକ ଶାଖା ପକ୍ଷରୁ ଡକ୍ଟରସ୍ ଡେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଭଦ୍ରକ ଆଇଏମଏ ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡାକ୍ତର ହରେକୃଷ୍ଣ ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧୀରଂଜନ ନାୟକ, ଡାକ୍ତର ରଂଜିତ କୁମାର ଖଟୁଆ, ଡାକ୍ତର ଅମିତାଭ ଜେନା , ରୋଟାରି କ୍ଲବ ସଭାପତି ନାସିର ବକ୍ସ, ରୋ. ବାଦଲ କିଶୋର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଡାକ୍ତର ମାନଙ୍କୁ ଦ୍ୱିତୀୟ ଈଶ୍ୱର ଭାବେ ବର୍ଣ୍ଣନା କରିବା ସହ ସେମାନେ ନିଜର ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବା ତଥା ରୋଗୀମାନଙ୍କ ପ୍ରତି ଅଧିକ ପ୍ରତିବଦ୍ଧତାର ସହିତ ଚିକିତ୍ସା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବ ଆରମ୍ଭରେ ଡାକ୍ତର ହରେକୃଷ୍ଣ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ କିପରି ଅଧିକ ସୁବିଧାସୁଯୋଗ ପାଇବେ ସେ ସଂପର୍କରେ ନିଜର ମତାମତ ରଖିଥିଲେ। ଚଳିତ ବର୍ଷ ଚିକିତ୍ସା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ନିର୍ମଳ ଚନ୍ଦ୍ର ପଣ୍ଡା, ଡାକ୍ତର ମିନତୀଲତା ଦାସ, ରବୀନ୍ଦ୍ରନାଥ ସାହୁ,ସୁଶ୍ରୀ ସଂଗୀତା ପାଣିଗ୍ରାହୀ,ସୁକାନ୍ତି ନାୟକ, ବନଲତା ପାଢୀ, ସୌଦାମିନୀ ଦାସଙ୍କୁ ଭଦ୍ରକ ରୋଟାରୀ କ୍ଲବ ଆନୁକୂଲ୍ୟରେ ଡାକ୍ତର ଗଜେନ୍ଦ୍ର କୁମାର ସାମଲ ସ୍ମୃତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାକ୍ତର ଝସକେତନ ମହାନ୍ତି, ଡାକ୍ତର ଗୌରଚନ୍ଦ୍ର ଜେନା,ଡାକ୍ତର ମୀନକେତନ ମହାନ୍ତି, ଡାକ୍ତର ଶତୃଘ୍ନ ହାତୀ , ରୋଟାରିଆନ ଅଭିଜିତ ନାୟକ, ବସନ୍ତ କୁମାର ପାଣିଗାହୀ, ପ୍ରଣବ କୁମାର ସାହୁ,ସମାଜସେବୀ ସୁଧାକର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.