Home ଜିଲ୍ଲା ପରିକ୍ରମା ବିଜେଡିର ସାମ୍ବାଦିକ ସମ୍ମିଳନୀ, ବ୍ଲକ ବାହାରକୁ ଶିକ୍ଷକ ବଦଳି ହେଲେ ରାଜରାସ୍ତାକୁକୁ ଓହ୍ଲାଇବ ବିଜେଡି

ବିଜେଡିର ସାମ୍ବାଦିକ ସମ୍ମିଳନୀ, ବ୍ଲକ ବାହାରକୁ ଶିକ୍ଷକ ବଦଳି ହେଲେ ରାଜରାସ୍ତାକୁକୁ ଓହ୍ଲାଇବ ବିଜେଡି

23

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବିଜେଡି କାର୍ଯ୍ୟାଳୟ ରେ ଦିବା ୧୨ ଘଟିକା ସମୟରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେଡି ତରଫରୁ ଚାନ୍ଦବାଲି ରେ ଶିକ୍ଷକ ବଦଳି କ୍ଷେତ୍ରରେ ବ୍ଲକ ବାହାରକୁ ଜଣେ ହେଲେ ଶିକ୍ଷକ ବଦଳି ହେଲେ ଦଳ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।ବିଧାୟକ ଡ ବ୍ୟୋମକେଶ ରାୟ କହିଛନ୍ତି ଯେ ଦୀର୍ଘ ଏଗାର ବର୍ଷ ମଧ୍ୟରେ ବ୍ଲକ ବାହାରକୁ ଶିକ୍ଷକ ବଦଳି ଉପରେ ଆମେ ଅତୀତରେ ଅଙ୍କୁଶ ଲଗାଇ ଥିଲୁ। ।ଏବେ ବି ଶିକ୍ଷକ ଓ ଛାତ୍ର ଛାତ୍ରୀ ଅନୁପାତରେ ବ୍ଲକ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ ଶତାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି।ବହୁ ବିଦ୍ୟାଳୟ ଏବେ ବି ଜଣେ ଲେଖା ଶିକ୍ଷକ ରେ ଚାଲିଛି ।ହେଲେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଉକ୍ତ ସମସ୍ୟା କୁ ସମାଧାନ ବଦଳରେ ଏହି ବ୍ଲକ ରୁ ବାହାରକୁ ଶିକ୍ଷକ ମାନଙ୍କୁ ବଦଳି କରିବାକୁ ମସୁଧା କରୁଛନ୍ତି।ଯାହାକୁ ତାଙ୍କ ଦଳ ତୀବ୍ର ବିରୋଧ କରୁଛି।ଏହାକୁ ଶିକ୍ଷା ବିଭାଗ ଉଲଂଘନ କଲେ ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଦଳ ର ବ୍ଲକ ସଭାପତି ପ୍ରତାପ ଧଳ, ବ୍ଲକ ଅଧ୍ୟକ୍ଷା ମିନତି ସୁତାର, ଉପାଧ୍ୟକ୍ଷ ସରୋଜ ବଳ, ଏନ୍ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ନାୟକ, ରଞ୍ଜନ ସାହୁ,ସରପଂଚ ଜିତେନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ ବେହେରା, ଦିଲ୍ଲୀପ ରାଉତ, ବରିଷ୍ଠ ନେତା ନରେଶ ମାଝୀ, ଶରତ ସାହୁ,ଅମରେନ୍ଦ୍ର ସାହୁ, ଅକ୍ଷୟ ନାୟକ,ଚିତରଞ୍ଜନ ସୁତାର , ଦୀପକ ରାଉତ, ପ୍ରଭାସ ନାୟକ, ସେ କ ଫିରୋଜ୍‌, ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.