Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବୈତରଣୀ କୂଳରେ ବିଧାୟକ ସଂଜୀବ୍ ମଲ୍ଲିକ, ପ୍ରଶାସନିକ ପଦାଧିକାରୀଙ୍କ ସହ...

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବୈତରଣୀ କୂଳରେ ବିଧାୟକ ସଂଜୀବ୍ ମଲ୍ଲିକ, ପ୍ରଶାସନିକ ପଦାଧିକାରୀଙ୍କ ସହ ଆଲୋଚନା

13

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ ନଦୀରେ ବୃଦ୍ଧି ପାଉଛି ଜଳସ୍ତର, ଫୁଲୁଛି ନଦୀ ବଢୁଛି ବିପଦ । ରାଜ୍ୟ ସରକାରଙ୍କ ସୂଚନା ପରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଆଜି ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବୈତରଣୀ ନଦୀ ସୀମାନ୍ତ ଅଂଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଆଖୁଆପଦା ସ୍ଥିତି (ଆନିକଟ) ଠାରେ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିବା ସହ କଂଟୀ ଓ ବାଲି ପୋଖରୀରେ (ଏସକେପ୍‌) ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଉପସ୍ଥିତି ସ୍ଥାନୀୟ ଅଂଚଳର ଜନସାଧାରଣ ଙ୍କ ସହିତ ଆଲୋଚନା କରିଛନ୍ତି। ଏବଂ ସ୍ଥିତି ଅନୁଧ୍ୟାନ କରିବା ସହ ବିପଦ ସଙ୍କୁଳ ଅଂଚଳର ଧନ,ଜୀବନ ସାଧାରଣ ଜନତାଙ୍କ ସୁରକ୍ଷା କୁ ନଜରରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହିତ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂଚାୟତ ସମିତିର ଅଧ୍ୟକ୍ଷା ସୁମତୀ ସେଠୀ ଙ୍କ ସହିତ ଅନ୍ୟାନ୍ୟ ନେତୃମଣ୍ଡଳୀ ଓ ନିର୍ବାଚନ ଜନପ୍ରତିନିଧି ଙ୍କ ଉପସ୍ଥିତି ରେ ଆଲୋଚନା କରିଥିଲେ। ନଦୀ ସୀମାନ୍ତ ଅଂଚଳର ଥିବା ଗାଁ ଅଥବା ଜନବସତି ଅଂଚଳକୁ ଜଳବନ୍ଦୀରୁ ଦୂରେଇ ରଖିବା ପାଇଁଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜଳ ପ୍ରଭାବିତ କରିବା ପୂର୍ବରୁ ସାଧାରଣ ଜନତାଙ୍କ ସୁରକ୍ଷା କୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.