Home ଜିଲ୍ଲା ପରିକ୍ରମା ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଭଦ୍ରକ ଓ.ଏ.ଏସ୍‌. ସଂଘ ପକ୍ଷରୁ ତୀବ୍ର ନିନ୍ଦା

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଭଦ୍ରକ ଓ.ଏ.ଏସ୍‌. ସଂଘ ପକ୍ଷରୁ ତୀବ୍ର ନିନ୍ଦା

10

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନଗର ନିଗମ (ବି. ଏମ. ସି.) କାର୍ଯ୍ୟାଳୟ ଠାରେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମପରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଭଦ୍ରକ ଓ.ଏ.ଏସ୍‌. ସଂଘ ତୀବ୍ର ନିନ୍ଦା କରିଛି । ଜଣେ କର୍ତବ୍ୟ ରତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟରେ ଆକ୍ରମଣ କରି ମାଡ଼ ମାରିବା ଘଟଣାକୁ ଜିଲ୍ଲା ଓ.ଏ.ଏସ୍‌. ସଂଘ ନିନ୍ଦା କରିବା ସହିତ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିମନ୍ତେ ଜିଲ୍ଲା ସଂଘ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ ଭଦ୍ରକ ଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଗୋଚରାର୍ଥେ ପ୍ରଦାନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଜିଲ୍ଲାର ସମସ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମାସ୍ ଲିଭ ରେ ରହିଥିବା ସୂଚନା ମିଳିଛି । ଏଥିରେ ଜିଲ୍ଲାର ଓ.ଆର.ଏସ୍‌. ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଆଜି ରାଜ୍ୟ ଓ.ଏ.ଏସ୍ ସଂଘ ର ଉପ ସଭାପତି ଶାନ୍ତନୁ ମହାନ୍ତି,ଜିଲ୍ଲା ଓ.ଏ.ଏସ୍‌. ସଂଘର ସଭାପତି ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଙ୍କ ନେତୃତ୍ୱରେ ସମସ୍ତ ଓ.ଏ.ଏସ୍ ଓ ଓ.ଆର୍ତ ଏସ୍ ଅଧିକାରୀଙ୍କ ସ୍ୱାକ୍ଷରିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ସଂଘର ସଭ୍ୟ, ସଭ୍ୟା ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟରେ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଓ.ଏ.ଏସ୍‌. ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.