Home ଜିଲ୍ଲା ପରିକ୍ରମା ଅହମ୍ମଦାବାଦ ବିମାନ ଦୁର୍ଘଟଣା ମୃତକଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମୃତକଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା

49

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ମଧ୍ୟାହ୍ନ ସମୟରେ ଗୁଜୁରାଟ ର ଅହମଦାବାଦ ଏୟାରପୋର୍ଟରେ ଏୟାରଏସିଆ ବିମାନ ଦୁର୍ଘଟଣାରେ ମୁତ୍ୟୁବରଣ କରିଥିବା ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ନିରବ ମହମବତୀ ଶୋଭାଯାତ୍ରା କଚେରୀବଜାର ମାଆ ବଙ୍କବାସୁଣୀ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ପୂର୍ବକ ସହରର ସମସ୍ତ ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ସାମାଜିକ ଅନୁଷ୍ଠାନ ର ବ୍ୟକ୍ତି ବିଶେଷଙ୍କ ମିଳିତ ସହଯୋଗରେ ଟାଉନହଲ ଛକ ପର୍ଯ୍ୟନ୍ତ ବାହାରିଥିଲା। ଏଥିରେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, , ଉପଦେଷ୍ଟା ଅଜୟ କୁମାର ନାୟକ,ଇନ୍ଦ୍ରମଣି ପଣ୍ଡା, , ,ପୁରୁଣା ବଜାର ସଂଘର ଉପଦେଷ୍ଟା ସୁଧାକର ରାଉତ, ଓ ମହାସଂଘର ସଦସ୍ୟ ଦିଲ୍ଲୀପ ନାୟକ,ମହେଶ ପ୍ରସାଦ ଦାସ ରାଧାରାଣୀ ମହାପାତ୍ର, କୈଳାଶ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ଦେ, ମୁକ୍ତିକାନ୍ତ ମହାପାତ୍ର, ସଂଯୁକ୍ତା ଯାଦବ,ପ୍ରଦୀପ ବଳ ବିଜୟ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ବାରିକ,ତରୁଣ କୁମାର ସାମାନୀ,ଗୌରାଙ୍ଗ ବାରିକ, ଶାନ୍ତିଲତା ବାରିକ, ବାବୁଲାଲ ଦାସ, ପବନ ଶର୍ମା, ଶ୍ୟାମ ସୁନ୍ଦର ଦାସ, ଯୁଧିଷ୍ଠିର ବାରିକ ଗଦାଧର ବଳ, ମନୋରଞ୍ଜନ ମହାନ୍ତି, ବୈଲୋଚନ ବେଉରିଆ,ଜଗନ୍ନାଥ ରାଉତ,ଏମଡ଼ି, ମୋକିତ ଖାଁ,କଲାମ ଖାନ, ଶତାଧିକ ବ୍ୟକ୍ତି ବିମାନ ଦୁର୍ଘଟଣାରେ ଆକସ୍ମିକ ମୁର୍ତ୍ୟୁରେ ଜିଲ୍ଲାବାସୀଙ୍କ ତରଫରୁ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପଥପ୍ରାନ୍ତ ସଭା ମାଧ୍ୟମରେ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଜଗତର ନାଥ ଶ୍ରୀଜଗନ୍ନାଥ ଓ ଆମର ଆରାଧ୍ୟ ଦେବୀ ମାଆ ଭଦ୍ରକାଳୀ, ବାବା ଆଖଣ୍ଡଳମଣି ଙ୍କ ଠାରେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.