Home ଜିଲ୍ଲା ପରିକ୍ରମା ବାମନବିନ୍ଧାରେ ବିକଶିତ କୃଷି ସଂକଳ୍ପ ଅଭିଯାନ, ଚାଷର ଉନ୍ନତି ହେବା ନେଇ ଚାଷୀଙ୍କୁ ତାଲିମ

ବାମନବିନ୍ଧାରେ ବିକଶିତ କୃଷି ସଂକଳ୍ପ ଅଭିଯାନ, ଚାଷର ଉନ୍ନତି ହେବା ନେଇ ଚାଷୀଙ୍କୁ ତାଲିମ

12

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ କୃଷି କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଅପରାହ୍ନରେ ତିହିଡି ବ୍ଲକ ଅଧୀନ ବାମନବିନ୍ଧାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ ଯୋଗଦେଇ ଚାଷର କିପରି ଉନ୍ନଟି ହୋଇପାରିବ ସେନେଇ ସୂଚନା ଦେଇଥିଲେ । ଆଧୁନିକ ଜ୍ଞାନ କୌଶଳରେ ବିଭିନ୍ନ ଚାଷ କରିବାକୁ ସେ ପରାମର୍ଶ ଦେଇଥିଲେ । ବରେଣ୍ୟ ଅତିଥି ଭାବେ ଭାରତୀୟ ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଡ. ରାଜଲଷ୍ମୀ ବେହେରା, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିଜୟଲଷ୍ମୀ ମହାନ୍ତ ଓ ଡ. ବିଜୟଲଷ୍ମୀ ରାଉତ, ବରିଷ୍ଠ ଗବେଷିକା ଭାନୁମତି ଧିନ୍ଦା, ସରପଂଚଙ୍କ ପ୍ରତିନିଧି ଖାରବେଳ ମହାକୁଡ଼ ପ୍ରମୁଖ ଯୋଗଦେଇ କୃଷି ଓ କୃଷକର ଉନ୍ନତି ହେଲେ ସମାଜର ଆର୍ôଥକ ଅବସ୍ଥା ସୁଦୃଢ଼ ହେବ ବୋଲି କହିଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳର ବିଭିନ୍ନ ଅଂଚଳରୁ ଯୋଗ ଦେଇଥିବା ଚାଷୀମାନଙ୍କ ସହ ବୈଜ୍ଞାନିକମାନଙ୍କ ପ୍ରଶ୍ନ ଉତର କାର୍ଯ୍ୟକ୍ରମରେ ଚାଷ ପାଇଁ ସ୍ଥାନୀୟ ଅଂଚଳରେ ଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଗ୍ରାମ୍ୟ କୃଷି କର୍ମଚାରୀ ବିଦ୍ୟାଧର ବେହେରା, ମୃତିକା ସଂରକ୍ଷଣ ଅଧିକାରୀ ଜିତେନ୍ କୁମାର ମହାପାତ୍ର, କୃଷକ ସାଥୀ ଚକ୍ରଧର ଜେନା ଓ ମଂଟୁ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.