Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ନୂତନ ବ୍ଲକ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ : ନୂତନ ବ୍ଲକ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

12

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଦ୍ୱିତୀୟ ଥର ପାଇଁ ବ୍ଲକ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଆଜି ତାଙ୍କୁ ଦଳ ତରଫରୁ ସ୍ୱାଗତ ଜଣାଯାଇଥିଲା। ଜିଲ୍ଲା ଛାତ୍ର ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳଙ୍କ ସଂଚାଳନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇଥିଲେ। ଶ୍ରୀ ସାହୁଙ୍କ ଦଳ ପ୍ରତି ରହିଥିବା ଆନୁଗତ୍ୟ ଓ ସାଙ୍ଗଠନିକ ଦକ୍ଷତାକୁ ବିଧାୟକ ସାଧୁବାଦ ଜଣାଇଥିଲେ। ଏହାସହିତ ଦଳ ତରଫରୁ ତାଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ଅମୁଲ୍ୟ ନାୟକ, ସତ୍ୟବ୍ରତ ପାଲ, ବିଶ୍ୱନାଥ ସାହୁ, ଧନେଶ୍ୱର ଖୁଂଟିଆ ପ୍ରମୁଖ ଶ୍ରୀ ସାହୁଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦିବାକର ନାୟକ, ସୁରେନ୍ଦ୍ର ପାଲ,ବିଜୟ ଖିଲାର, ମନୋରଞ୍ଜନ ସାହୁ, ବୀରେନ୍ଦ୍ର ନାୟକ, ଜୟନ୍ତ ସାହୁ, ବିନୋଦ ରାଉତ, ଚିତରଞ୍ଜନ ପତି, ବିଦ୍ୟାଧର ଜେନା, ମୁକୁନ୍ଦ ମଲ୍ଲିକ, ସୁରଥ ଦାସ, ଜଗତ ଜୀବନ ବାରିକ, ଅକ୍ଷୟ ଜେନା, ପର୍ଶୁରାମ ପଣ୍ଡା, ନୀଳାମ୍ବର ରାଉତ, ରାଜେଶ ଜେନା, ଟୁଟୁ ମହାପାତ୍ର ପ୍ରମୁଖ ଗଯୋଗଦେଇଥିଲେ। ଏହାଛଡା ୨୩ଗୋଟି ପଂଚାୟତର ଛାମୁଆ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.