Home ଜିଲ୍ଲା ପରିକ୍ରମା ତିହିଡି ଗ୍ରାମରେ ବାବା ସ୍ୱପ୍ନେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

ତିହିଡି ଗ୍ରାମରେ ବାବା ସ୍ୱପ୍ନେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

15

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭଟପଡା ପଂଚାୟତ ଅଧିନ ତିହିଡି ଗ୍ରାମର ବାବା ସ୍ୱପ୍ନେଶ୍ୱରଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଶନିବାର ରାତି ୪. ୩୦ରେ ଏହି ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି କ୍ଷ ତିହିଡି ଗ୍ରାମର ଆରାଧ୍ୟ ଦେବତା ବାବା ସ୍ୱପ୍ନେଶ୍ୱର ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଶୋଭାଯାତ୍ରାରେ ଯାଇ ତିହିଡି ଗ୍ରାମସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରରେ ପହଂଚିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ତିହିଡି ଗ୍ରାମର ରତ୍ନାକର ଓଝା ବର ପିତା ଓ ସେହି ଗ୍ରାମର ଚନ୍ଦନ ପାତ୍ର କନ୍ୟା ପିତା ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପୂର୍ବାହ୍ନରେ ଶ୍ରୀ ହନୁମାନ ବରଧରା ବେଶ ହୋଇ ବାବା ସ୍ୱପ୍ନେଶ୍ୱରଙ୍କ ପିତ୍ରାଳୟକୁ ଯାଇଥିଲେ। ସେଠାରେ କାର୍ଯ୍ୟ ସମ୍ପନ୍ନ କରି ଫେରିବା ବେଳେ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ସମସ୍ତ ଦେବାଦେବୀଙ୍କୁ ଶ୍ରୀ ହନୁମାନ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟାରେ ବାବା ସ୍ୱପ୍ନେଶ୍ୱରଙ୍କୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ତିହିଡ଼ି ବଜାର ଓ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରରେ ପହଂଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇ ରାତି ୪ଟା ସମୟରେ ବାବା ସ୍ୱପ୍ନେଶ୍ୱର ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଥିଲେ। ଯୌତୁକ ଭାବେ ବୃଷଭ, ନାଗନାଗୁଣୀ, ସ୍ମଶାନ ଜମି ପ୍ରଦାନ କରାଯାଇଥିଲା। ପଣ୍ଡିତ ଲକ୍ଷ୍ମୀଧର କର ଓ ନିରଞ୍ଜନ କର ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ ଓ ଯୁବନେତା ବିପିନ ପତି ଦେବଦମ୍ପତିଙ୍କ ବିବାହ କାର୍ଯ୍ୟରେ ଯୋଗଦେଇ ଥିଲେ ।ଗ୍ରାମର ପାର୍ଥସାରଥି ନାୟକ, ରଘୁନାଥ ପାତ୍ର, ପ୍ରଭାତ କୁମାର ରାଉଳ, ଶରତ କର, ରମାକାନ୍ତ ନାଥ, ନୀଳମାଧ୍ୱ ସେନାପତି, ବିଷ୍ଣୁଚନ୍ଦ୍ର ଦାଶ,କୈଳାସ ବେହେରା,ରବୀନ୍ଦ୍ର ପାତ୍ର, ଗଣେଶ କର,ବାଇଧର ହାତୀ,ମନୋରଞ୍ଜନ ବାରିକ,ରାଜେଶ ନାୟକ,ପି.ହୃଷିକେଶ, କୈଳାଶ ପାତ୍ର, ପୀତବାସ ପଣ୍ଡା, ମନୋରଂଜନ ବେହେରା, ମହେନ୍ଦ୍ର ଓଝା, ବିବେକାନ୍ଦ ନାୟକ, ସରୋଜ କର,ତାରାକାନ୍ତ ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ ବିବାହ ଉତ୍ସବରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.