Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠର ମୌଳିକ ସୁବିଧା ପାଇଁ ସେବାୟତଙ୍କ ଆନ୍ଦୋଳନ, ବନ୍ଦ ରହିଲା ପୀଠର ଦୋକାନ ବଜାର...

ଆଖଣ୍ଡଳମଣିଙ୍କ ପୀଠର ମୌଳିକ ସୁବିଧା ପାଇଁ ସେବାୟତଙ୍କ ଆନ୍ଦୋଳନ, ବନ୍ଦ ରହିଲା ପୀଠର ଦୋକାନ ବଜାର ଓ ମଣିବାବାଙ୍କ ଦର୍ଶନ

30

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ରବିବାର ଆରଡି ପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍ପରିଣୀରେ ଦୁଇ ବାଳକଙ୍କ ଡଙ୍ଗା ଭସାଣରେ ଜଣକର ମୃତ୍ୟୁ ଓ ଅନ୍ୟ ଜଣକ ଗୁରୁତର ଘଟଣାକୁ ନେଇ ଗତକାଲି ଠାରୁ ମଣି ବାବାଙ୍କ ପୀଠରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଫଳରେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିବା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଓ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ମୃତକ ପରିବାରକୁ ସହାୟତା ରାଶି ସହ ପୁଷ୍ପରିଣୀର ଅବଶିଷ୍ଟ ସ୍ଥାନର ସ୍ଥାୟୀ ମରାମତି କରିବା ପାଇଁ ଜଣାଇଥିଲେ ସେବାୟତମାନେ । ଏଥିସହ ପୀଠର ମୌଳିକ ସୁବିଧା ନଥିବାରୁ ଭକ୍ତ ଓ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦାବିରେ ଆଜି ବାବାଙ୍କ ପହଡ ଖୋଲିବା ପରେ ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସି ନାରାବାଜି ଦେଇଥିଲେ । ବିଶେଷକରି ଶିବଗଙ୍ଗା ପୁଷ୍ପରିଣୀରେ ଶୌଚ ଓ ପାଦ ପ୍ରକ୍ଷାଳନ ପାଇଁ ଅଧିକ ଘାଟ, ପରିସ୍ରାଗାର ନିର୍ମାଣ, ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ୨୪ ଘଣ୍ଟିଆ ଡାକ୍ତର ନିଯୁକ୍ତି, ଆମ୍ବୁଲାନ୍ସ ଓ ପିଇବାପାଣିର ବ୍ୟବସ୍ଥା ଭଳି ଦାବିରେ ସେବାୟତମାନେ ଆନ୍ଦୋଳନ କରିବା ସହ ପୀଠର ସମସ୍ତ ଦୋକାନ ବଜାର ଓ ମଣିବାବାଙ୍କ ଦର୍ଶନ ବନ୍ଦ ରଖିôଥଲେ । ଫଳରେ ବହୁ ଦୂର ଦୂରାନ୍ତରରୁ ଆସିଥିବା ଭକ୍ତମାନେ ନିରାଶ ହୋଇ ଫେରିଯାଇଥିବାବେଳେ କେତେକ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଦର୍ଶନ କରିଥିଲେ । ଏହି ଆନ୍ଦୋଳନର ଖବର ପାଇ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଧାମନଗର ଏସ୍‌ଡିପିଓ, ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂ ପ୍ରମୁଖ ସେଠାରେ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ସମସ୍ତ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ତାହା ପ୍ରତ୍ୟାହୃତ ହୋଇଛି । ପରେ ଭକ୍ତ ନିବାସରେ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.