Home ଜିଲ୍ଲା ପରିକ୍ରମା ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ କରୋନା ସୁରକ୍ଷାକିଟ୍ ପ୍ରଦାନ

ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ କରୋନା ସୁରକ୍ଷାକିଟ୍ ପ୍ରଦାନ

41

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ କରୋନା ସୁରକ୍ଷା କିଟ୍ ପ୍ରଦାନ କରାଯାଇଛି । ବିଶ୍ୱ ଭିନ୍ନକ୍ଷମ ଦିବସକୁ ଦୃଷ୍ଟିରେ ରଖି ମଞ୍ଚ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଡି.ଆର. ଚୟସ ବ୍ୟାଗ, ଅକ୍ସି ମିଟର, ଶରୀର ଉତ୍ତାପ ମାପ ଯନ୍ତ୍ର, ଏନ-୯୫ ମାର୍କା ମାକ୍ସ, ଶିଶୁମାନଙ୍କ ପାଇଁ କପଡା ମାକ୍ସ, ସାନିଟାଇଜର ହ୍ୟାଣ୍ଡ ୱାସ ଆଦି ସମ୍ବଳିତ କିଟ୍ ବ୍ୟାଗ ଜନସାଧାରଣଙ୍କୁ ସେବା ଯୋଗାଉଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଡିଓ ଦେବଦତ୍ତ ଦାଶ, ତହସିଲଦାର ସରୋଜକାନ୍ତ ନାୟକ, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖଙ୍କୁ ଏହି କିଟ୍ ପ୍ରଦାନ କରାଯାଇଥିଲା । ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ନେତୃତ୍ୱରେ ମନୋରଞ୍ଜନ ତ୍ରିପାଠୀ, ଭାସ୍କର ଚନ୍ଦ୍ର ଜେନା, କେଶବ ସାହୁ, ଅଭିମନ୍ୟୁ ଜେନା, ଯଦୁମଣି ଦାସ, ଅମୂଲ୍ୟ ମହାଳିକ, ଚନ୍ଦ୍ରକାନ୍ତ ନାୟକ, କରୁଣାକର ସାହୁ, ମନ୍ମଥ ପରିଡା, ସନ୍ତୋଷ କୁମାର ବାରିକ ପ୍ରମୁଖ କିଟ୍ ବିତରଣ କାର୍ଯ୍ୟ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.