ରାତ୍ରୀବେଳା, ଗୋଟିଏ ଟ୍ରକ କୋରନାର ଶବ କୁ ନେଇ ଭୂବନେଶ୍ବର ରୁ ପୁରୀ ଯାଉଥାଏ। ବାଟ ମଝିରେ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଚା’ ଖାଇବାକୁ ନିଶା ଘାରିଲା। ସେଥିପାଇଁ ପିପିଲି ବାଇପାସ ର ରାସ୍ତା କଡ଼ରେ ସେମାନେ ଗାଡ଼ି ରଖିଦେଇ ଡ୍ରାଇଭର ଓ ହେଲ୍ପର୍ ଚା’ ପିଇବାକୁ ଓହ୍ଲାଇଲେ।
ସେମାନେ ଦୋକାନରେ ବସି ଚା’ ପିଉଛନ୍ତି। ଏପଟେ ଗୋଟିଏ ଲୋକ ପୁରୀ ଯିବା ଉଦେଶ୍ୟରେ ଘରୁ ବାହାରି ରାସ୍ତାକଡ଼ରେ ଅପେକ୍ଷା କରି କରି ଅନେକ ରାତି ବିତିଗଲା ପରେ ଗାଡ଼ି ନପାଇ ଏପଟ ସେପଟ ରାସ୍ତା ଉପରେ ବୁଲୁଥାଏ।
ହଠାତ୍ ଲୋକଟି ଟ୍ରକ୍ ଟିକୁ ଦେଖି ଭାବିଲା ଟ୍ରକ୍ ଟି ଖାଲି ଡ଼୍ରାଇଭର ଏବଂ ହେଲ୍ପରଙ୍କୁ ନ ଅନେଇ ଚଢ଼ି ଜିବ। ଯେପରି ଭାବନା ସେପରି କାର୍ଯ୍ୟ, ଟ୍ରକ୍ ରେ ଚଢ଼ି ଗଲା। ଚଢ଼ିଯାଇ ଅନ୍ଧକାର ମଧ୍ୟରେ ଶବ ଉପରେ ଯାଇ ବସିଗଲା, କାରଣ ଅନ୍ଧକାରରେ କିଛି ଦେଖା ଯାଉନଥିଲା। ଏହାପରେ ଡ୍ରାଇଭର ଏବଂ ହେଲ୍ପର ଚା’ ପିଆ ଶେଷ କରି ଯଥାରିତି ଗାଡ଼ି ଚଲାଇଥାଆନ୍ତି। ତେଇଶିପୁର ପରେ ଟ୍ରକରେ ବସିଥିବା ଲୋକଟା ଗୋଟିଏ ସିଗାରେଟ୍ ଲଗେଇ ମନ ଖୁସିରେ ଟାଣିବାକୁ ଲାଗିଲା।ହଠାତ୍ ହେଲ୍ପର ର ଦୃଷ୍ଟି ପଛକୁ ପଡ଼ିବା ମାତ୍ରେ ଦେଖିଲା ପଛରେ ଶବଟି ବସି ସିଗିରେଟ୍ ଟାଣୁଛି।ହେଲପର ଡରି ଡରି ଡ୍ରାଇଭରକୁ କହିଲା–
ହେଲ୍ପର – ଓସ୍ତାଦ୍ ! ଗାଡ଼ି ଠିଆ କର।
ଓସ୍ତାଦ୍- କାହିଁକି ?
ହେଲ୍ପର – ପଛକୁ ଚାହିଁ ଦେଖ ଶବଟା ବସି ସିଗାରେଟ୍ ଟାଣୁଛି !
ଓସ୍ତାଦ୍-ଭାଗ୍, ଏଟା କି ସମ୍ଭବ କଥା !
ହେଲ୍ପର – ଆପଣ ଦେଖନ୍ତୁ ନା ?
ଏଥର ଯଶୁଆପୁର ଗାଁ ମୁଣ୍ଡରେ ଦୂଇଜଣ ଯାକ (ଡ୍ରାଇଭର ଏବଂ ହେଲ୍ପର) ଗାଡ଼ି କୁ ଠିଆ କରି ପଛକୁ ଚାହିଁଲେ। ଶବ ଉପରେ ବସିଥିବା ଲୋକଟା ସିଗାରେଟ୍ ଟାଣୁ ଟାଣୁ କହିଲା :- କିରେ ! ଗାଡ଼ି କାହିଁକି ଅଟକାଇଲ ?
ଏହାଶୁଣି ଓସ୍ତାଦ୍ କହିଲା:-
ସାର କାମ ଅଛି, ଏହାପରେ ଦୂଇଜଣ ଜାକ ଗାଡିରୁ ଡେଇଁ ପ୍ରାଣ ପଣେ ଦୌଡିଲେ। ଏମାନଙ୍କ ର ଦଉଡ଼ିବା ଦୃଶ୍ୟ ଦେଖି ଲୋକଟି ଭାବିଲା ମନେହୁଏ କୌଣସି ସମସ୍ୟା
ହୋଇଛି, ନଚେତ୍ ସେମାନେ ଏପରି ଦଉଡ଼ିଲେ କାହିଁକି ?
ବସି ରହିଲେ ସେ ମଧ୍ୟ ବିପଦରେ ପଡ଼ିବ ଭାବି ସେ ସେମାନଙ୍କ ପଛେ ପଛେ ଦଉଡିବା ଆରମ୍ଭ କରିଦେଲା। ହେଲ୍ପର ପଛକୁ ଚାହିଁ ଦେଖିଲା ଶବଟା ସେମାନଙ୍କ ପଛେ ପଛେ ଦଉଡୁଛି।
ହେଲ୍ପର କହିଲା:-ଓସ୍ତାଦ୍ ! ଆଜି ଆଉ ରକ୍ଷା ନାହିଁ, ଏ ଶବଟା ମଧ୍ୟ ଆମ ପଛରେ ଦଉଡୁଛି। ଶୀଘ୍ର ଶୀଘ୍ର ଜୀବନ ବଞ୍ଚେଇ ପଳେଇ ଚାଲ।
ସତ କଥା କୁହ, କେତେଦିନ ପରେ ମନ ଖୋଲି ହସିଲ ? ପଢ଼ା ଶେଷରେ ଧନ୍ୟବାଦ ଦେବାକୁ ଭୂଲିବ ନାହିଁ କିନ୍ତୁ।
(ଏହି ଲେଖାଟି ଜଣେ ୱାଟ୍ସଆପରେ ଜଣେ ବନ୍ଧୁ ପଠେଇଥିଲେ – ଲେଖାଟି ହସ କଥା ହୋଇଥିବାରୁ ପ୍ରକାଶ କଲୁ, ଯିଏ ବି ଲେଖିଛନ୍ତି ତାଙ୍କୁ ଧନ୍ୟବାଦ)