Home ଜିଲ୍ଲା ପରିକ୍ରମା ୨୮ ଜିଲା ପରିଷଦର ସଂରକ୍ଷଣ ଚିଠା ପ୍ରକାଶିତ

୨୮ ଜିଲା ପରିଷଦର ସଂରକ୍ଷଣ ଚିଠା ପ୍ରକାଶିତ

86

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପରିଷଦର ୨୮ଟି ଜୋନ ଲାଗି ସଂରକ୍ଷଣ ଚିଠା ପ୍ରସ୍ତାବ ଆଜି ପ୍ରକାଶିତ ହୋଇଛି । ଚାନ୍ଦବାଲି-୧ ନିର୍ବାଚନମଣ୍ଡଳୀ ଅଣସଂରକ୍ଷିତ ମହିଳା, ଚାନ୍ଦବାଲି-୨ ଅଣସଂରକ୍ଷିତ, ଚାନ୍ଦବାଲି-୩ ଅଣସଂରକ୍ଷିତ ମହିଳା, ଚାନ୍ଦବାଲି-୪ ପଛୁଆବର୍ଗ ମହିଳା, ଚାନ୍ଦବାଲି-୫ ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଛି । ସେହିଭଳି ତିହିଡି-୧ ଅନୁସୂଚିତ ଜାତି ମହିଳା, ତିହିଡି-୨ ପଛୁଆ ବର୍ଗ ମହିଳା, ତିହିଡି-୩ ଅନୁସୂଚିତ ଜାତି, ତିହିଡି-୪ ନିର୍ବାଚନମଣ୍ଡଳୀ ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଛି । ସେହିଭଳି ଧାମନଗର-୧ ପଛୁଆ ବର୍ଗ ମହିଳା, ଧାମନଗର-୨ ଅଣସଂରକ୍ଷିତ, ଧାମନଗର-୩ ଅଣସଂରକ୍ଷିତ ମହିଳା, ଧାମନଗର-୪ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି । ସେହିଭଳି ବନ୍ତ-୧ ଅନୁସୂଚିତ ଜାତି, ବନ୍ତ-୨ ଅନୁସୂଚିତ ଜାତି ମହିଳା, ବନ୍ତ-୩ ନିର୍ବାଚନମଣ୍ଡଳୀ ଅଣସଂରକ୍ଷିତ ରହିଛି । ସେହିଭଳି ବାସୁଦେବପୁର-୧ ଅଣସଂରକ୍ଷିତ ମହିଳା, ବାସୁଦେବପୁର-୨ ଅଣସଂରକ୍ଷିତ, ବାସୁଦେବପୁର-୩ ଅଣସଂରକ୍ଷିତ ମହିଳା, ବାସୁଦେବପୁର-୪ ଅନୁସୂଚିତ ଜାତି, ବାସୁଦେବପୁର-୫ ନିର୍ବାଚନ ମଣ୍ଡଳୀ ଅଣସଂରକ୍ଷିତ ରହିଛି । ି ଭଣ୍ଡାରୀପୋଖରୀ-୧ ଅନୁସୂଚିତ ଜାତି ମହିଳା, ଭଣ୍ଡାରୀପୋଖରୀ-୨ ପଛୁଆବର୍ଗ, ଭଣ୍ଡାରୀପୋଖରୀ-୩ ନିର୍ବାଚନ ମଣ୍ଡଳୀ ଅଣସଂରକ୍ଷିତ ମହିଳା ରହିଛି । ଭଦ୍ରକ-୧ ଅନୁସୂଚିତ ଜନଜାତି ମହିଳା, ଭଦ୍ରକ-୨ ଅଣସଂରକ୍ଷିତ, ଭଦ୍ରକ-୩ ଅଣସଂରକ୍ଷିତ ମହିଳା, ଭଦ୍ରକ-୪ ନିର୍ବାଚନ ମଣ୍ଡଳୀ ଅଣସଂରକ୍ଷିତ ରହିଥିବା ପ୍ରକାଶିତ ଚିଠାରେ ଦର୍ଶାଯାଇଛି । ଏହି ଚିଠା ପ୍ରକାଶନ ଉପରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ପରାମର୍ଶ ଆହ୍ୱାନ କରାଯାଇଛି । ଯାହାର ସମୟସୀମା ଅକ୍ଟୋବର ୧୮ ଅପରାହ୍ନ ୫ଘ.୩୦ମି. ଯାଏ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.