Home ଜିଲ୍ଲା ପରିକ୍ରମା ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ୨୧ ରୁ ୩୧ ବନ୍ଦ

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ୨୧ ରୁ ୩୧ ବନ୍ଦ

2

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରାକ୍‌-ପ୍ରାଥମିକ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଆସନ୍ତା ୨୧ ମେ ୨୦୨୬ ଠାରୁ ୩୧ ମେ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ତେବେ ଏହି ସମୟ ମଧ୍ୟରେ ସମସ୍ତ ପ୍ରାକ୍‌-ପ୍ରାଥମିକ ଶିଶୁମାନଙ୍କୁ ନିର୍ଦ୍ଦେଶିକା ଅନୁଯାୟୀ ଏଚସିଏମ୍ ଡ୍ରାଇ ରେସନ ବଂଟନ କରାଯିବ। ପ୍ରାକ୍‌-ପ୍ରାଥମିକ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକଳାପ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପୂର୍ବବତ୍ ଚାଲୁ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.