ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ ଭଦ୍ରକ ର ୫୫ତମ ପ୍ରତିଷ୍ଠା ଦିବସ ରୋଟାରୀ ଭବନ ଠାରେ ପାଳିତ ହୋଇଯାଇଛି।କ୍ଳବ୍ ସଭାପତି ରୋ ନାସିର ବକ୍ସ ଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀଙ୍କ ସମେତ ମୁଖ୍ୟ ଅତିଥି ଭାବରେ (୨୭-୨୮) ରୋଟାରୀ ବର୍ଷର ଗଭର୍ନର ରୋ ଇନ୍ଦ୍ରଜିତ ସାହୁ,ମୁଖ୍ୟବକ୍ତା ବିଜୟ କୁମାର ସାହୁ,ବରିଷ୍ଠ ସଭ୍ୟ ମାଙ୍ଗିଲାଲ ବଳଦେୱା ପ୍ରମୁଖ ମଂଚାସୀନ ହୋଇଥିଲେ । ଚେୟାରମେନ ରୋ ପ୍ରଣବ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।୩୦ ବର୍ଷ ରୁ ୫୦ ବର୍ଷ ସଭ୍ୟାଥିବା ବରିଷ୍ଠ ରୋଟାରୀଆନ ମଙ୍ଗିଲାଲ୍ ବଳଦେୱା ,ବିଜୟ କୁମାର ସାହୁ, ବିଚିତ୍ରାନନ୍ଦ ଦାସ, ଉମାକାନ୍ତ ଜେନା, ପ୍ରମୋଦ କୁମାର ଜେନା ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ବକ୍ତା ବିଜୟ କୁମାର ସାହୁ ରୋଟାରୀ କ୍ଲବ୍ ପ୍ରତିଷ୍ଠାତା ସ୍ୱର୍ଗତ ରାଖାଲ ଚନ୍ଦ୍ର ଦାସ ଙ୍କ କ୍ଳବ୍ ପ୍ରତି ଅବଦାନ ସହିତ ବରିଷ୍ଠ ସଦସ୍ୟ ମାନଙ୍କ ବିଷୟରେ ଆଲୋଚନା କରିବା ସହିତ ୫୫ବର୍ଷ ମଧ୍ୟରେ ଜଣେ ରାଜ୍ୟ ରୋଟାରୀ ଗଭର୍ଣ୍ଣର ଭାବେ ରୋ ଇନ୍ଦ୍ରଜିତ ସାହୁ ଙ୍କୁ କ୍ଳବ୍ ପାଇଥିବାରୁ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କହିବା ସହ ଆସନ୍ତା ରୋଟାରୀ ବର୍ଷ ୨୭-୨୮ ରେ ସମାଜ ସେବା ପାଇଁ ଏକ ସ୍ଥାୟୀ ପ୍ରୋଜେକ୍ଟ ବିଷୟରେ ବିଚାର କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ ।ମୁଖ୍ୟ ଅତିଥି ରୋ ଇନ୍ଦ୍ରଜିତ ସାହୁ ତାଙ୍କର ବକ୍ତବ୍ୟରେ ଆସନ୍ତା ଜୁଲାଇ ମାସ ଆରମ୍ଭରୁ ଭଦ୍ରକ କ୍ଳବ୍ ମାଧ୍ୟମରେ ନୂତନ ପ୍ରୋଜେକ୍ଟ ଆରମ୍ଭ କରିବା ସହିତ ଖୁବ୍ ଶୀଘ୍ର ଏକ ଚକ୍ଷୁ ଚିକିତ୍ସାଳୟ ଓ ଫିଜିଓଥେରାଫି କେନ୍ଦ୍ର ପ୍ରତିଷ୍ଠା କରିବାକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ରୋ ଅମ୍ବିକା ବଲ୍ଲଭ ସ୍ୱାଇଁ, ବିଚିତ୍ରାନନ୍ଦ ଦାସ, ବସନ୍ତ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ନାୟକ ପ୍ରମୁଖ ସଭ୍ୟମାନେ କ୍ଳବ୍ ପକ୍ଷରୁ ବିଭିନ୍ନ ସ୍ଥାନରେ କିଭଳି ସେବା ଯୋଗାଇ ଦିଆଯିବ ଏ ବିଷୟରେ ସମସ୍ତ ସଭ୍ୟ ମାନଙ୍କ ସହଯୋଗ କାମନା କରିଥିଲେ।କ୍ଳବ୍ ପ୍ରତିଷ୍ଠା(ଜନ୍ମଦିନ) ଉପଲକ୍ଷେ ଛେନାପୋଡ଼ କଟାଯାଇ ସମସ୍ତଙ୍କୁ ପରିବେଷଣ କରାଯାଇଥିଲା।କୋଷାଧକ୍ଷ ଶାନ୍ତି ସ୍ୱରୂପ ମିଶ୍ର ଓ ଚେୟାରମେନ ପ୍ରଣବ ସାହୁଙ୍କୁ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧକ୍ଷ ଶାନ୍ତିସ୍ୱରୁପ୍ ମିଶ୍ର ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନ ଆୟୋଜନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରୋ ଗୟାଧର ପଣ୍ଡା, ଶୈଳେନ୍ଦ୍ର ପାଢ଼ୀ, ଗଙ୍ଗାଧର ଦାସ, ସତ୍ୟ ମହାନ୍ତି , ବସନ୍ତ କୁମାର ସାମଲ,ଝୁରଣବାଳା ଖୁଂଟିଆ, ଅଭିଜିତ୍ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।








