Home ଜିଲ୍ଲା ପରିକ୍ରମା ଭଦ୍ରକ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାଫଳ, କଳାରେ ଜ୍ୟୋତି, ବାଣିଜ୍ୟରେ ଶ୍ରୀକାନ୍ତ ଓ ବିଜ୍ଞାନରେ...

ଭଦ୍ରକ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାଫଳ, କଳାରେ ଜ୍ୟୋତି, ବାଣିଜ୍ୟରେ ଶ୍ରୀକାନ୍ତ ଓ ବିଜ୍ଞାନରେ କମଳାକାନ୍ତ ଟପ୍ପର

0

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ) ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଭଦ୍ରକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର କଳାରେ ୯୫.୭୮ ପ୍ରତିଶତ, ବାଣିଜ୍ୟରେ ୯୫.୨୦ ପ୍ରତିଶତ ଓ ବିଜ୍ଞାନରେ ୯୬.୫୧ ପ୍ରତିଶତ ରହିଛି। ଏହି କନିଷ୍ଠ ମହାବିଦ୍ୟାଳୟରେ କଳାରେ ୪୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩୨୮ ଜଣ ଫାଷ୍ଟ ଡିଭିଜନରେ ଉତୀର୍ଣ୍ଣ ହୋଇଥିବାବେଳେ ୭୯ ଜଣ ସେକେଣ୍ଡ ଡିଭିଜନ ଓ ୭୦ ଜଣ ଥାର୍ଡ ଡିଭିଜନରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ ୨୧ ଜଣ ଫେଲ୍ ହୋଇଛନ୍ତି। ଯାହାର ପାସ୍ ହାର ୯୫.୭୮ ପ୍ରତିଶତ ରହିଛି। କଳାରେ ଜ୍ୟୋତି ବେହେରା ୬୦୦ ରୁ ୫୬୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟରେ ୨୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୬୯ ଜଣ ଫାଷ୍ଟ ଡିଭିଜନରେ ଉତୀର୍ଣ୍ଣ ହୋଇଥିବାବେଳେ ୪୬ ଜଣ ସେକେଣ୍ଡ ଡିଭିଜନ ଓ ୨୨ ଜଣ ଥାର୍ଡ ଡିଭିଜନରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ କମ୍ପାଟମେଂଟାଲର ଜଣେ ରହିଥିବାବେଳେ ୧୨ ଜଣ ଫେଲ୍ ହୋଇଛନ୍ତି। ଯାହାର ପାସ୍ ହାର ୯୫.୨୦ ପ୍ରତିଶତ ରହିଛି। ବାଣିଜ୍ୟରେ ଶ୍ରୀକାନ୍ତ କୁମାର ସାହାଣୀ ୬୦୦ ରୁ ୫୮୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ଅନୁରୂପ ବିଜ୍ଞାନରେ ୫୧୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୬୮ ଜଣ ଫାଷ୍ଟ ଡିଭିଜନରେ ଉତୀର୍ଣ୍ଣ ହୋଇଥିବାବେଳେ ୨୪ ଜଣ ସେକେଣ୍ଡ ଡିଭିଜନ ଓ ୫ ଜଣ ଥାର୍ଡ ଡିଭିଜନରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ କମ୍ପାଟମେଂଟାଲର ଜଣେ ରହିଥିବାବେଳେ ୧୮ ଜଣ ଫେଲ୍ ହୋଇଛନ୍ତି। ଯାହାର ପାସ୍ ହାର ୯୬.୫୧ ପ୍ରତିଶତ ରହିଛି। ବିଜ୍ଞାନରେ କମଳାକାନ୍ତ ରଣା ୬୦୦ ରୁ ୫୮୬ ନମ୍ବର ରଖି ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାଫଳ ପ୍ରକାଶନ ସମୟରେ ମହାବିଦ୍ୟାଳୟର ପରୀକ୍ଷା ପରିଚାଳକ ଡ. ସତ୍ୟରଞ୍ଜନ ବାରିକ ଏବଂ ଅନ୍ୟମାନଙ୍କ ମଧ୍ୟରେ ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ଅଜିତ୍ କୁମାର ଦାସ, ଡ. ସନ୍ତୋଷ କୁମାର ସେଠୀ, ଡ. ମନୋରଞ୍ଜନ ସେଠୀ, ସହକାରୀ କର୍ମଚାରୀ ପ୍ରଶାନ୍ତ କୁମାର ରାଉତରାୟ, ତ୍ରୈଲୋକ୍ୟ କୁମାର ସାହୁ, ସୁକାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.