Home ଜିଲ୍ଲା ପରିକ୍ରମା ପୁଣି ଆଗେଇ ଚାଲିବ ଆଖଣ୍ଡଳମଣି ପୀଠର ଉନ୍ନୟନ ମୂଳକ କାର୍ଯ୍ୟ, ସମୀକ୍ଷା କଲେ ରାଜ୍ୟ ପର୍ଯ୍ୟଟନ...

ପୁଣି ଆଗେଇ ଚାଲିବ ଆଖଣ୍ଡଳମଣି ପୀଠର ଉନ୍ନୟନ ମୂଳକ କାର୍ଯ୍ୟ, ସମୀକ୍ଷା କଲେ ରାଜ୍ୟ ପର୍ଯ୍ୟଟନ ଓ ଜଳ ପରିବହନ ବିଭାଗର ୨ ସଚିବ, ଜଳପଥରେ ସୁଗମ ଯାତ୍ରା ପାଇଁ ଚାଲିବ କ୍ରୁସ(ଅତ୍ୟାଧୁନିକ ମୋଟର ଲଂଚ)

2

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଆଗେଇ ଚାଲିବ ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନୟନମୂଳକ କାର୍ଯ୍ୟ। ଆହୁରି ଝଟକି୍ୱ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱ। ଏଥିପାଇଁ ବୁଧବାର ରାଜ୍ୟ ପ୍ରଯ୍ୟଟନ ଓ ଜଳପରି୍ୱହନ ବିଭାଗର ୨ସଚିବ ଆରଡି ପୀଠ ଗସ୍ତରେ ଆସି ବନ୍ଦ ରହିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲେ। ବିଶେଷକରି ବାବା ଆଖଣ୍ଡଳମଣିଙ୍କ ପୀଠର ଶୋଭାବର୍ଦ୍ଧନ ପାଇଁ ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀର ଚତୁଃପାର୍ଶ୍ୱରେ ବିସ୍ଥାପନ ହେବାକୁ ଥିବା ପରିବାରଙ୍କର ମଞ୍ଜୁର କେତେବାଟ ଆଗେଇଛି ଏବାବଦରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ବିଶେଷକରି ବାବା ଆଖଣ୍ଡଳମଣିଙ୍କ ପୀଠ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ପୀଠକୁ ପ୍ରତିଦିନ ଜଳପଥ ଓ ସ୍ଥଳପଥରେ ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସହ ପର୍ଯ୍ୟଟକମାନେ ଆସିଥାନ୍ତି। ଏହିପୀଠକୁ ନୂଆରୂପରେଖ ଦେବା ପାଇଁ ପୂର୍ବ ସରକାର ଯୋଗାଇ ଦେଇଥିବା ପ୍ରଥମ ପର୍ଯ୍ୟାୟରେ ୬କୋଟି ଟଙ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ୨ୟ ପର୍ଯ୍ୟାୟରେ ୪୨କୋଟି ଟଙ୍କାର କାର୍ଯ୍ୟ ଅଧା ପଇଁତରା ଭାବେ ଅଟକି ରହିଥିବାରୁ କୈଣସି ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ପାରୁନାହିଁ। ବିଶେଷକରି ମନ୍ଦିର ଚତୁଃପାର୍ଶ୍ୱ ଓ ପୁଷ୍କରିଣୀ ଚତୁଃପାର୍ଶ୍ୱରୁ ଜନବସତି ଉଠିବା ସହ ପରିକ୍ରମା ମାର୍ଗ କାର୍ଯ୍ୟ ଆରମ୍ଭ ହେବା କଥା । ହେଲେ ଏହି କାର୍ଯ୍ୟ କାହିଁକି ଆଗେଇ ପାରୁନାହିଁ ତାର ସମୀକ୍ଷା ପାଇଁ ବୁଧବାର ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ଜଳ ପରିବହନ ସଚିବ ଏନ. ଭି ରାଜପୁତଙ୍କ ସହ ଜିଲା ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ସୈରଭ ଚକ୍ରବର୍ତୀ, ତହସିଲଦାର ଭବତୋଷ ମଲିକଙ୍କ ସହ ବିଭାଗୀୟ ଅଧିକାରୀ ପ୍ରମୁଖ ପୀଠରେ ପହଂଚି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ସେବାୟତଙ୍କ ସହ ଆଲୋଚନା କରିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟରେ ପ୍ରସ୍ତୁତ ବ୍ଲୁ ପ୍ରିଂଟର ସମୀକ୍ଷା କରିବା ସହିତ କ୍ଷେତ୍ରୀୟ ପରିଦର୍ଶନ କରିଥିଲେ। ଏପରିକି ପୀଠର ପରିମଳ ବ୍ୟବସ୍ଥା ସହ ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ଉଦବେଗ ପ୍ରକାଶ କରିଥିଲେ ସଚିବ। ଏଥିପାଇଁ ମନ୍ଦିର ପ୍ରଶାସନକୁ ତାଗିଦ କରିଥିଲେ। ସେହିପରି ପରିକ୍ରମା ମାର୍ଗ କାର୍ଯ୍ୟକୁ କିପରି ଆଗେଇ ନିଆଯିବା ସହ ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ସେହିପରି ବିସ୍ଥାପିତ ପରିବାରଙ୍କର ଥଇଥାନ ପାଇଁ ତୁରନ୍ତ ଜାଗାକୁ ଉନ୍ନତି କରିବା ସହ ରାସ୍ତା, ପାନୀୟଜଳ, ବିଦ୍ୟୁତ, ଗ୍ରେନେଡ ଆଦି କିପରି ଶିଘ୍ର ସାରିବାକୁ କହିଥିଲେ ସଚିବ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ ସଚିବ। ତାହାସହ ଚଳିତ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୦କୋଟି ଟଙ୍କାରେ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ବର୍ଷାଋତୁ ପୂ୍ୱର୍ରୁ ସାରିବା ସହିତ ମଣିଭବନ, ନୂତନ ଅଫିସଗୃହ ନିର୍ମାଣ କାର୍ଯ୍ୟ ୧୫ଦିନ ମଧ୍ୟରେ ଆରମ୍ଭ କରିବାକୁ ସଚିବ ତାଗିଦ କରିଛନ୍ତି। ଏପରିକି ସମସ୍ତ ପ୍ରକଳ୍ପ ମନ୍ଦିର ଛାପା ଅନୁଯାୟୀ ଡିଜାଇନ୍ କରିବାକୁ ପରାମର୍ଶ ଦେଇଥିଲେ ବଲବନ୍ତ ସିଂ। ପରେ ଜଳ ପରିବହନ ସଚିବ ଏନ. ଭି ରାଜପୁତଙ୍କ ସହ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ବୈତରଣୀନଦୀକୂଳକୁ ଯାଇ ଜେଠି ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଆଗକୁ କିପରି ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ହେବ ସେଥିପାଇଁ ଜାଗା ନିରୂପଣ କରିଥିଲେ। ପ୍ରଥମଥର କରି ଧାମରା ଓ ଭିତରକନିକାରୁ ଆରଡି ପୀଠକୁ କ୍ରୁସ(ଅତ୍ୟାଧୁନିକ ଲଂଚ ସେବା) କିପରି ତ୍ୱରିତ ଭାବେ ଯାତାୟତ କରିବ ତାର ସମୀକ୍ଷା କରିବା ପରେ ଜଳପଥରେ ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲେ ୨ସଚିବଙ୍କ ସହ ପ୍ରଶାସନିକ ଅଧିକାରୀମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.