Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା, ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ବୈଠକରେ ଜିଲ୍ଲାର...

ବାସୁଦେବପୁରରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା, ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ବୈଠକରେ ଜିଲ୍ଲାର ବିକାଶ ଓ ସରକାରୀ ଯୋଜନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯୁଦ୍ଧକାଳୀନ ଭିତିରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକଂ ନିର୍ଦ୍ଦେଶ

1

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ବିଧାନ ସଭା ଉନ୍ନୟନ କମିଟି ବୈଠକ ବାସୁଦେବପୁର ବିଧାୟକ ତଥା ଏସିଡିସି ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ଚାଲୁଥିବା ସରକାରୀ ଯୋଜନାର ଅଗ୍ରଗତି ଓ ପ୍ରଶାସନିକ ସମନ୍ୱୟ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ସଭାରେ ତିହିଡି ପଂଚାୟତ ସମିତି ଅଧ୍ୟକ୍ଷା ଅବନ୍ତି ଦାସ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ପ୍ରହ୍ଲାଦ ରଣା, ବାସୁଦେବପୁର ବ୍ଲକ ଉନ୍ନୟନ ଅଧିକାରୀ ତନ୍ମିତା କର, ତିହିଡ଼ି ବ୍ଲକ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ ଏବଂ ବାସୁଦେବପୁର ତହସିଲଦାର ପ୍ରିୟବ୍ରତ ଦାସ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ ସୁଚାରୁ ଭାବେ ପହଂଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଭାଗକୁ ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ସହ ଉନ୍ନୟନ କାର୍ଯ୍ୟରେ ଅଧିକ ତ୍ୱରାନ୍ୱିତତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା । ବିଶେଷକରି ଆର ଆଣ୍ଡ ବି ବିଭାଗ, ଶିକ୍ଷା ଓ ପାନୀୟଜଳ ବିଭାଗ, ଡ୍ରେନେଜ ଓ ଇଲେକ୍ଟ୍ରିକାଲ ବିଭାଗକୁ ବକେୟା କାମଗୁଡ଼ିକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ , ଭଦ୍ରକର ଆର୍ôଥକ ବିଶେଷଜ୍ଞ ଡ଼ଃ ଭଗବାନ ବାରିକ, ଏସଇଆଇ ଭୋଳାନାଥ ରାଉଳ ଓ ହରିହର ଗୁଇନ ସଭା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.