ମାଲକାନଗିରି,୨୧ା୯ (ଓଡିଆ ପୁଅ) ଛତିଶଗଡ ରାଜ୍ୟ ସୀମାନ୍ତ ମାଓପ୍ରବଣ ତୁଳସୀ ପାହଡରେ ଆଜି ଡିଭିଏଫ ଓ ଏସଓଜି ଯବାନ ଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିବାର ମାଲକାନଗିରି ଜିଲ୍ଲା ଏସପି ପ୍ରହ୍ଲାଦ ସାଇମୀନା ଏକ ପ୍ରେସ ନୋଟ ମାଧ୍ୟମରେ ସୁଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ହେର୍ଡକ୍ୱାଟରରୁ ଏସଓଜି ଓ ଡିଭିଏଫ ଯବାନ ମାନେ ମାଥିଲି ଥାନାସ୍ଥ ମହୁପଦର ପଚାଂୟତ ଛତିଶଗଡ ରାଜ୍ୟ ସୀମାନ୍ତ କୁ ଲାଗିଥିବା ତୁଳସୀ ପାହଡକୁ କୁମ୍ବିଂ ଅପରେସନରେ ଯାଇଥିଲେ ,ଆଜି ସକାଳେ ସେମାନେ ଫେରୁଥିବା ବେଳେ ମାଓଗଡ ଭାବେ ପରିଚିତ ତୁଳସୀ ପାହଡ ଉପରେ ଥିବା କିରିମିଟି ଓ ଚନ୍ଦାମେଟା ଗ୍ରାମ ନିକଟ ଜଙ୍ଗଲରେ ହଟାତ ମାଓବାଦୀ ମାନେ ଯବାନ ମାନଙ୍କ ଉପରକୁ ଗୁଳିଚଳାଇଥିଲେ । ତାରପାଲଟା ଜବାବ ରେ ଯବାନ ମାନେ ମଧ୍ୟ ଗୁଳିଚାଳନା କରିଥିଲେ । ମାଓବାଦୀ ଓ ଯବାନ ମାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା, ଯବାନ ମାନଙ୍କୁ ମୁକାବିଲା କରି ନପାରି ମାଓବାଦୀ ମାନେ ପାହଡ ଘଚଂ ଜଙ୍ଗଲରେ ଛତ୍ରଭିଙ୍ଗ ଦେଇ ଲୁଚିପଳାଇଥିଲେ ,ଏହି ଗୁଳିବିନିମୟରେ କେହି ମାଓବାଦୀ ମୃତା ଆହତ ହୋଇଥିବା ସନ୍ଦେହରେ ସେହି ଜଙ୍ଗଲରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ ଓ କୁମ୍ବିଂ ଅପରେସନ ଚାଲୁରହିଛି ବୋଲି ଏସପି ଶ୍ରୀ ମୀନା ସୁଚନା ଦେଇଛନ୍ତି ।