Home ଜିଲ୍ଲା ପରିକ୍ରମା ରାସ୍ତାପାଶ୍ୱର୍ରୁ ରୋଷେୟାର ମୃତଦେହ ଉଦ୍ଧାର

ରାସ୍ତାପାଶ୍ୱର୍ରୁ ରୋଷେୟାର ମୃତଦେହ ଉଦ୍ଧାର

61

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭୋର୍ ସମୟରେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ହଳଦିଡିହ-ନାଥସାହି ପେଟ୍ରୋଲପମ୍ପ ନିକଟରୁ ଜଣେ ରୋଷେୟାର ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ବ୍ୟକ୍ତିଜଣକ ପୀରହାଟ ଥାନା ଅଧୀନସ୍ଥ ମାଲପୁର ଗ୍ରାମର ନବଘନ ସାହୁ (୫୩) ବୋଲି ଜଣାପଡିଛି । ସେ ଭଦ୍ରକ ବାଇପାସ୍‌ସ୍ଥିତ ହୋଟେଲ୍ ମ୍ୟାବ୍‌ର ରୋଷେୟାର ହେଡ୍ ମିସ୍ତ୍ରୀ ଥିଲେ । ତେବେ ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକେ ନବଘନଙ୍କ ମୃତ ଶରୀର ଦେଖିବା ପରେ ପୁରୁଣାବଜାର ଥାନା ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ପରେ ଶବ ଜବତ କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରିଛି । ତେବେ ନବଘନଙ୍କ ଏହି ମୃତ୍ୟୁ ଖବର ପାଇ ଭଦ୍ରକର ତାଙ୍କ ଭଣଜା ମାୟାଧର ବେହେରା ଦେଇଥିବା ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କ ମାମୁଁ ପଇସାପତ୍ର ଓ ମୋବାଇଲ୍ ଧରି ନିଜ ଘର ମାଲପୁରକୁ ଫେରୁଥିଲେ । ସେ ଘରକୁ ଯିବା ବିଷୟ ଭଣଜା ମାୟାଧରକୁ କହିଥିଲେ । କିନ୍ତୁ କେଉଁଭଳି ଅବସ୍ଥାରେ ମାମୁଁଙ୍କର ମୃତ୍ୟୁ ହେଲା ସେଥିନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ଏବଂ ଏହାର ଏକ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.