Home ଜିଲ୍ଲା ପରିକ୍ରମା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କୁ ଧମକ ଘଟଣା, ଭଦ୍ରକ ଛାତ୍ର କଂଗ୍ରେସ ଏସ୍‌ପିଙ୍କ ଜରିଆରେ ଡିଜିଙ୍କୁ...

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କୁ ଧମକ ଘଟଣା, ଭଦ୍ରକ ଛାତ୍ର କଂଗ୍ରେସ ଏସ୍‌ପିଙ୍କ ଜରିଆରେ ଡିଜିଙ୍କୁ ଦାବିପତ୍ର

38

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ଆସିଥିବା ଲିଖିତ ହତ୍ୟା ଧମକକୁ ନେଇ ଭଦ୍ରକ ଛାତ୍ର କଂଗ୍ରେସ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ଜରିଆରେ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଧମକ ଦେବା ଘଟଣାରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ଆଶିଷ ମାହୁନ୍ତ, ଛାତ୍ରନେତା ରଂଜିତ ଦାସ, ନବୀଲ ଅହେମ୍ମଦ, ରିଆଜ ଖାଁଙ୍କ ସମେତ ବହୁ ଛାତ୍ର କଂଗ୍ରେସ ଯୁବନେତା ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ଜରିଆରେ ଡିଜିଙ୍କୁ ଉପରୋକ୍ତ ହତ୍ୟା ଧମକର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.