Home ଜିଲ୍ଲା ପରିକ୍ରମା ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ନେଇ ତେଜୁଛି ଅସନ୍ତୋଷ, ଦୋବଲ- ଷେଣ୍ଢପୁର ରାସ୍ତା ସାଜିଛି ମରଣଯନ୍ତା

ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ନେଇ ତେଜୁଛି ଅସନ୍ତୋଷ, ଦୋବଲ- ଷେଣ୍ଢପୁର ରାସ୍ତା ସାଜିଛି ମରଣଯନ୍ତା

67

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମ୍ୟ ରାସ୍ତାର ସୁଦୃଢିକରଣ, ମରାମତି ଓ ପ୍ରସସ୍ତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବାବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ କରୁଥିବାରୁ ରାସ୍ତାମାନଙ୍କର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଧାମନଗର ବ୍ଲକର ଅନେକ ମୁଖ୍ୟ ରାସ୍ତାଗୁଡ଼ିକ ବିପର୍ଯ୍ୟସ୍ତ ହେଉଥିବାବେଳେ ଧାମନଗର ଛକରୁ ଷେଣ୍ଢପୁର ଭାୟା ଦୋବଲ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ଦୋବଲ ଠାରୁ ଷେଣ୍ଢପୁର ପ୍ରାୟ ୩କିଲୋମିଟିର ରାସ୍ତା ନିକଟରେ ମରାମତି ହୋଇଥିବାବେଳେ ଏବେ ରାସ୍ତାର ବିଭିନ୍ନ ଅଂଶ ଖାଲ, ଖମା ହୋଇଥିବାରୁ ବର୍ଷା ପାଣିରେ ଆହୁରି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏପରିକି ଯାତାୟତରେ ଘୋର ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଏହି ରାସ୍ତାଟି ଭଦ୍ରକ- ଯାଜପୁର ଜିଲ୍ଳାକୁ ସଂଯୋଗ କରୁଥିବାରୁ ଦୈନିକ ଏହି ରାସ୍ତାଦେଇ ହଜାର ହଜାର ଲୋକଙ୍କ ଯାତାୟତ ସାଂଗକୁ ବିଭିନ୍ନ ଗାଡ଼ିମୋଟର ଓ ବସ ମଧ୍ୟ ଯାତାୟତ କରିଥାଏ । ଏପରିକି ଏହି ରାସ୍ତାଦେଇ ଭୁବନେଶ୍ୱର- କଟକ ଓ ଭଦ୍ରକକୁ ମଧ୍ୟ ବଡ଼ ବଡ଼ ବସ ଯାତାୟତ କରୁଛି । ତେବେ ଏହି ମୁଖ୍ୟ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଜନସାଧାରଣ ଯିବା ଆସିବାରେ ବାଧାପ୍ରାପ୍ତ ସାଂଗକୁ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରିକି ଦୋବଲ କାଳି ମନ୍ଦିର ଠାରୁ ଦୋବଲ ବସଷ୍ଟାଣ୍ଡ ରାସ୍ତାର ଦୁଇପାଶ୍ୱର୍ରେ ଜବରଦଖଲ ସାଂଗକୁ ବେଆଇନ୍ ଘର କରାଯାଇଥିବାରୁ ଅହରହ ବର୍ଷା ଯୋଗୁଁ ରାସ୍ତା ଉପରେ ବର୍ଷାପାଣି ଜମାଟ ବାନ୍ଧି ରହିଥିବାରୁ ଯିବା ଆସିବାରେ ମଧ୍ୟ ଅନେକ ଅସୁବିଧା ହେଉଛି । ଏ ଦୀଗରେ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ଜନପ୍ରତିନିଧିମାନେ କେହି ଦୃଷ୍ଟି ମଧ୍ୟ ଦେଉନାହାନ୍ତି । ତୁରନ୍ତ ଉକ୍ତ ରାସ୍ତା ମରାମତି ଓ ଦୋବଲ ବଜାର ଜରଦଖଲ ହଟାଇ ଏହାର ସ୍ଥାୟୀ ସମାଧାନ ପାଇଁ ବରିଷ୍ଠ ଆଇନ୍‌ଜୀବୀ ରଣଜିତ୍ କୁମାର ମହାନ୍ତି, ସୋହଡ଼ା ସରପଂଚ ପ୍ରମୋଦ ସୁତାର, ସମାଜସେବୀ ସେକ୍ ତାଜୁଦ୍ଦିନ୍‌, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ, ଭିନ୍ନକ୍ଷମ ମଞ୍ଚର ବ୍ଲକ ସଭାପତି କରୁଣାକର ସାହୁ ପ୍ରମୁଖ ଦାବି କରିଛିନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.