Home Top News ନେପାଳ ତୈଳ ନିଗମର ନିର୍ଦ୍ଦେଶାବଳୀ : ଭାରତୀୟ ଯାନରେ ୧୦୦ ଲିଟରରୁ ଅଧିକ ପେଟ୍ରୋଲ ଭରିବାକୁ...

ନେପାଳ ତୈଳ ନିଗମର ନିର୍ଦ୍ଦେଶାବଳୀ : ଭାରତୀୟ ଯାନରେ ୧୦୦ ଲିଟରରୁ ଅଧିକ ପେଟ୍ରୋଲ ଭରିବାକୁ ମନା

78

ନୂଆ ଦିଲ୍ଲୀ ୨୧-୨ (ଓଡ଼ିଆ ପୁଅ) ଭାରତରେ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ହେବା ପରଠାରୁ ନେପାଳରୁ ଭାରତକୁ ପେଟ୍ରୋଲ ଏବଂ ଡିଜେଲ୍ ଆଣି ବ୍ଲାକ ମାର୍କେଟିଂ ହେଉଥିବା ଖବର ଆସିଛି।

ଭାରତଅପେକ୍ଷା ଶସ୍ତା ପେଟ୍ରୋଲ ଏବଂ ଡିଜେଲ ଯୋଗୁଁ ନେପାଳରୁ ଭାରତକୁ ଇନ୍ଧନ ଆଣିବାର ଖବରକୁ ଦୃଷ୍ଟିରେ ରଖି ନେପାଳ ତୈଳ ନିଗମ ସୀମାନ୍ତ ଜିଲ୍ଲାର ପେଟ୍ରୋଲ ପମ୍ପକୁ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଗାଇଡଲାଇନରେ ଅଷ୍ଟମ ନମ୍ବରରେ ଦର୍ଶାଯାଇଛି ଯେ, ୧୦୦ ଲିଟରରୁ ଅଧିକ ଡିଜେଲକୁ ଭାରତୀୟ ଯାନକୁ ଦେବାପାଇଁ ନିଷେଧାଦେଶ ଜାରୀ କରାଯାଇଛି ଏହା ବ୍ୟତୀତ ଗ୍ୟାଲନ୍ କିମ୍ବା କଣ୍ଟେନରରେ ଡିଜେଲ / ପେଟ୍ରୋଲ ଦେବା ଉପରେ ନିଷେଧାଦେଶ କରାଯାଇଛି।

ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ପ୍ରତ୍ୟେକ ସୀମାନ୍ତ ଜିଲ୍ଲାର ଅତି କମରେ ୫ ଟି ପେଟ୍ରୋଲ ପମ୍ପ ଯାଞ୍ଚ କରାଯିବା ଉଚିତ ଏବଂ ଏହା ଦେଖାଯିବା ଉଚିତ ଯେ ଇନ୍ଧନର ବ୍ଲାକ ମାର୍କେଟିଂ ହେଉନାହିଁତ। ଭାରତ ଆଡକୁ ଯାଉଥିବା ଯାନର ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟଯେ, କରୋନା କାରଣରୁ ଭାରତ-ନେପାଳ ସୀମାରେ ଯାନର ଚଳାଚଳ ସୀମିତ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବୈଧ କାଗଜପତ୍ର ସହିତ ଟ୍ରକଗୁଡ଼ିକୁ ସୀମା ପାର କରିବାକୁ ଅନୁମତି ଦିଆଯାଉଛି।

ଭାରତରେ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ହେବା ପରଠାରୁ ନେପାଳରୁ ଭାରତକୁ ତେଲ ଚୋରି ହୋଇ ବିକ୍ରି ହେଉଥିବା ଖବର ଆସିଛି। ଭାରତରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ନେପାଳ ଯାଉଥିବା ଟ୍ରକଗୁଡ଼ିକ ଟ୍ୟାଙ୍କ ପୂର୍ଣ୍ଣ କରି ନେପାଳରୁ ଫେରୁଛନ୍ତି। ଏହା ବ୍ୟତୀତ ଅନେକ ବାଇକ ଚାଳକ ମଧ୍ୟ ଏହା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହି ଖବରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନେପାଳ ତୈଳ ନିଗମ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନେପାଳର ଭାରତୀୟ ମୁଦ୍ରା ଅନୁଯାୟୀ ପେଟ୍ରୋଲ ହେଉଛି ୭୦ ଟଙ୍କା ୩୧ ପଇସା ଏବଂ ଡିଜେଲ ୫୯ ଟଙ୍କା ୬୯ ପଇସା ପ୍ରତି ଲିଟର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.