Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରେ ସେକ୍ସ ରାକେଟ୍ ଠାବ, ୨ ଯୁବକ କୋର୍ଟ ଚାଲାଣ, ଅଟକ ୪ ମହିଳାଙ୍କୁ...

ଭଦ୍ରକ ସହରରେ ସେକ୍ସ ରାକେଟ୍ ଠାବ, ୨ ଯୁବକ କୋର୍ଟ ଚାଲାଣ, ଅଟକ ୪ ମହିଳାଙ୍କୁ ପରିବାରକୁ ହସ୍ତାନ୍ତର

41

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଖୋଲମଖୋଲା ଚାଲିଛି ଦେହ ବେପାର । କଚେରୀ ପାଖରୁ ଆରମ୍ଭ କରି ଚରମ୍ପା ରେଲ୍‌ୱେ ଷ୍ଟେସନ ପର୍ଯ୍ୟନ୍ତ ବହୁ ହୋଟେଲ ଓ ଲଜ୍‌ରେ ଏହି ଦେହ ବେପାର ଚାଲିଆସୁଥିଲେ ବି ପୁଲିସ୍ ଜାଣିଶୁଣି ନୀରବ ରହିଛି । ତେବେ ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲିଥିବା ସେକ୍ସ ରାକେଟକୁ ଗତକାଲି ରାତିରେ ପୁଲିସ୍ ଠାବ କରିଛି । ଏଥିରେ ସଂପୃକ୍ତ ୪ ଜଣ ମହିଳାଙ୍କୁ ପୁଲିସ୍ ଥାନାରେ ଅଟକ ରଖି ଦୁଇ ଜଣ ପୁରୁଷଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ଦେଇଛି ଟାଉନ୍ ପୁଲିସ୍ । ତେବେ ୪ ଜଣ ମହିଳାଙ୍କୁ ପୁଲିସ୍ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ଯାହା ଜଣାଯାଏ ଗତକାଲି ରାତିରେ ଡଗମୁଣ୍ଡ ସ୍ଥିତ ଏକ ଭଡାଘରେ ୧୫ ଦିନ ହେବ କିଛି ମହିଳା ରହିଆସୁଥିଲେ । ଏବଂ ଉକ୍ତ ଘରକୁ ବହୁ ମହିଳା ଓ ପୁରୁଷଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଯାତାୟତ କରୁଥିବାର ଦେଖି ସ୍ଥାନୀୟ ଲୋକେ ସହରାଞ୍ଚଳ ଥାନା ପୁଲିସ୍‌କୁ ଖବର ଦେଇଥିଲେ । ଫଳରେ ପୁଲିସ୍ ସେଠାରେ ଚଢାଉ କରି ସେମାନଙ୍କୁ ଥାନାକୁ ନେଇଆସିଥିଲା । ଏହି ମହିଳାଙ୍କ ମଧ୍ୟରେ ଭଦ୍ରକ ଟାଉନ୍ ପୁଲିସ୍‌ର ଜଣେ ପୂର୍ବତନ ହୋମଗାର୍ଡ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.