ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଶାସନ ଗ୍ରାମର ରୀନାରାଣୀ ଗ୍ରହାଚାର୍ଯ୍ୟ ନାମ୍ନୀ ଜଣେ ନିଃସହାୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ତିହିଡ଼ିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍କଳମଣି ସେବାସଂଘ ଚର୍ଚ୍ଚାର ବିଷୟକୁ ଆସିଛି । ପାଳିଆ ଶାସନ ଗ୍ରାମର ରୀନାରାଣୀଙ୍କର ସ୍ୱାମୀ ଦୂରାରୋଗ୍ୟରେ ମୃତ୍ୟୁବରଣ କରିଥିଲେ । ପରେ ରୀନାରାଣୀ ନିଃସହାୟ ହୋଇପଡ଼ି ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହେଉଥିଲେ । ଏପରିକି ଘରପୋଡ଼ି ପରେ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କରିଥିବା ଘର ଖଣ୍ଡିଏରେ କବାଟ କି ଝରକା ଲଗାଇପାରୁ ନଥିଲେ । ଏମିତି ଫାଙ୍କାରେ ଜୀବନକୁ ବିପନ୍ନ କରି କଷ୍ଟ ସହି ରହୁଥିଲେ । ଏହି ଖବର ପାଇବା ପରେ ଉତ୍କଳମଣି ସେବାସଂଘ ନିଃସହାୟ ମହିଳାଙ୍କ ନିକଟରେ ପହଞ୍ôଚଥିଲେ । ମହିଳାଙ୍କର ଘରେ ନଥିବା କବାଟ ସଂଘ ପକ୍ଷରୁ ଲଗାଇ ଦିଆଯାଇଥିଲା । ପରେ ଝରକା ଲଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ନିଃସହାୟ ମହିଳାଜଣକ ନିଜର ପିଲାଙ୍କୁ ଧରି ଭୋକ ଉପାସରେ ଚଳୁଥିଲେ । ମାତ୍ର ଗୋପବନ୍ଧୁ ସେବାସଂଘ ତାଙ୍କୁ ଏକ ପାନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇ ଦୋକାନ କରି ଚଳିବାକୁ ସହାୟତା କରିଥିଲେ । ଦୋକାନ ପାଇଁ ସମସ୍ତ ଜିନିଷ କ୍ରୟ କରି ମହିଳାଙ୍କୁ ଯୋଗାଇ ଦେଇଥିଲେ । ମହିଳାଙ୍କର ଦୁଇଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି । ସେମାନଙ୍କୁ ଚଳାଇବା ପାଇଁ ମହିଳା ଜଣକ ଅକ୍ଷମ ଥିଲେ । ସଂଘ ପକ୍ଷରୁ ମହିଳାଙ୍କୁ ଦୋକାନ କରାଇ ଦିଆଯାଇ ଆତ୍ମନିର୍ଭରଶୀଳ ହେବାରେ ସହଯୋଗ କରିଥିବାରୁ ସଂଘକୁ ସାଧାରଣରେ ପ୍ରଶଂସା କରାଯାଇଛି । ସଂଘର କର୍ମକର୍ତ୍ତା ଖଗେଶ୍ୱର ତ୍ରିପାଠୀ, ବିସ୍ମୟ ବିହାରି ସାହୁ, ଶେଖ୍ ରବୁ ସଲିମ୍, ଚଢ଼େଇ ମଳିକ, ସାଦ୍ଦିକ୍ ଖାନ୍, କମଳାକାନ୍ତ ସାହୁ, ବିଜୟ ଦାଶ, ଗୋବିନ୍ଦ ରାଉତ, ତାରାକାନ୍ତ ପଲାଇ, ରଞ୍ଜନ ବଳ ପ୍ରମୁଖ ଅସହାୟ ମହିଳାଙ୍କ ନିକଟରେ ପହଞ୍ôଚଥିଲେ ।