Home ଜିଲ୍ଲା ପରିକ୍ରମା ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ,ଗ୍ରାମବାସୀଙ୍କ ଆକ୍ରମଣରେ ୮ ଆହତ, ରେଜଂର ସହ ଦୁଇ ଗୁରୁତର

ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ,ଗ୍ରାମବାସୀଙ୍କ ଆକ୍ରମଣରେ ୮ ଆହତ, ରେଜଂର ସହ ଦୁଇ ଗୁରୁତର

38

ମାଲକାନଗିରି,୨୯ା୧ (ଓଡିଆ ପୁଅ) ମାଲକାନଗିରି ଥାନାସ୍ଥ ମାଓପ୍ରବଣ ନାମକୋଣ୍ଡା ଗ୍ରାମରୁ ବିରଳ ପ୍ରଜାତୀର ବଜ୍ରକାପ୍ତା ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ଖବର ପାଇ ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନକର୍ମଚାରୀ ମାନେ ସେଠାରେ ଗୁରୁବାର ରାତ୍ର ରେ ଚଢଉକରିଥିଲେ । ଗୁରୁବାର ରାତ୍ର ୧୦ଟା ବେଳେ ନାମକୋଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଧାନଖଳାରେ ପ୍ରାୟ ୨୦ରୁ ୩୦ଜଣ ଲୋକ ଏକତ୍ରିତ ହୋଇ ଏକ ବିରଳ ପ୍ରଜାତିର ବୃହତ ବଜ୍ରକାପ୍ତାର ମୂଲଚାଲ କରୁତିଲେ । ବନବିଭାଗ ଅଧିକାରୀ ସେଠାରେ ପହଁଚି ସେମାନଙ୍କ ଠାରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ବଜ୍ରକାପ୍ତାଟିକୁ ଧରି ବନବିଭାଗ କର୍ମଚାରୀ ମାନେ ମାନେ ମାଲକାନଗିରି ଅଭି ମୁଖେ ଫେରୁଥିବା ବେଳେ ହଟାତ ଚୋରାବେପାରୀ ଓ ଗ୍ରାମବାସୀ ମାନେ ଟେକାପଥର ମାଡ କରି ଠେଙ୍ଗାବାଡି ଧରି ସଂଘବଦ୍ଧ ଭାବେ ଆକ୍ରମଣ କରି ବଜ୍ରାକାପ୍ତାଟିକୁ ଛଡାଇନେଇ ପଳାଇଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ରେଜଂର ବାସୁଦବ ନାୟକଙ୍କ ଗୋଡରେ ଶକ୍ତଆଘାତ ଲାଗି ସେ ତଳେପଡିଯାଇଥିଲେ । ଗାଡି ଚାଳକ ହାତ ଦୁଇଟି ଗ୍ରାମବାସୀଙ୍କ ଆକ୍ରମଣରେ ଭାଙ୍ଗି ଯିବା ସହ ଅନ୍ୟ୮ଜଣ ବନକର୍ମଚାରୀ ଆହତ ହୋଇଛନ୍ତି । ରାତ୍ର ଅଧିକ ହୋଇ ଯିବା ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣର ମୁକାବିଲା କରିନପାରି ବନକର୍ମଚାରୀ ମାନେ କୌଶଳ କ୍ରମେ ସେ ଗାଁରୁ ଖସିପଳାଇ ଆସିଥିଲେ । ଗୁରୁତର ଭାବେ ଆହତ ହୋଇଥିବା ରେଜଂର ବାସୁଦେବ ନାୟକ ଓ ଗାଡି ଚାଳକ ସୁରେନ୍ଦ୍ର ଭୁମିୟା ଙ୍କୁ ରାତିରେ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିବା ବେଳେ ଅନ୍ୟ ଆହତ ବନପାଳ ମୋହାନ ଗୁଡିଆ,ମୁରଲି ଧର ଅନୁଗୁଳିଆ,ବନରକ୍ଷୀ ସଚିତାନନ୍ଦ ଜେନା,ଅର୍ଜୁନ ବଟେ,ଗୁପ୍ତଚନ୍ଦ୍ର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆ ଯାଇଛି । ଏ ସଂପର୍କରେ ଆଜି ସକାଳେ ବନବିଭାଗ ପକ୍ଷରୁ ମାଲକାନଗିରି ଥାନାରେ ଏତଲା ଦେବାପରେ ଥାନାଅଧିକାରୀ ରାମପ୍ରସାଦ ନାଗ ମେଡିକାଲ ଯାଇ ରେଜଂରଙ୍କ ବୟାନ ଗ୍ରହଣ କରି ନାମକୋଣ୍ଡା ଗ୍ରାମକୁ ପୁଲିସ ସଦଳବଳ ଯାଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.