Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ ସ୍ୱର୍ଗତଃ ଗୋଲକ ପ୍ରସାଦ ରାୟ ଥିଲେ ତ୍ୟାଗର ପ୍ରତୀକ, ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଅଭୂତପୂର୍ବ...

ଆଇନ୍‌ଜୀବୀ ସ୍ୱର୍ଗତଃ ଗୋଲକ ପ୍ରସାଦ ରାୟ ଥିଲେ ତ୍ୟାଗର ପ୍ରତୀକ, ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଅଭୂତପୂର୍ବ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

13

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ଅଧିବକ୍ତା, ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି, ସଂପାଦକ, ରାଜ୍ୟ ଆଇନ୍‌ଜୀବୀ ପରିଷଦର ତଦାନ୍ତିନ ସଭ୍ୟ, ରାଜ୍ୟ ଆଇନ୍‌ଜୀବୀ ସଂଘର ଦୁଇ ଦୁଇଥର ସଭାପତି ତଥା ଭଦ୍ରକ ଜିଲା ଜନତା ଦଳର ପ୍ରାକ୍ତନ ସଭାପତି ୰ ଗୋଲକ ପ୍ରସାଦ ରାୟଙ୍କ ଏକାଦଶାହ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି, ଆଇନ୍‌ଜୀବୀ ଓ ବୁଦ୍ଧିଜୀବୀମାନେ ଅଭୂତପୂର୍ବ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ଭଦ୍ରକର ବୁଦ୍ଧବିହାରସ୍ଥିତ ବାସଭବନ ପରିସରରେ ଆୟୋଜିତ ଏହି ସଭାରେ ବରିଷ୍ଠ ଅଧିବକ୍ତା ନିରାକାର ଜେନା ସଂଯୋଜନା କରିଥିବାବେଳେ ସାମ୍ବାଦିକ ତଥା ତାଙ୍କ ପୁତୁରା ପ୍ରମୋଦ ରାୟ ସ୍ୱାଗତ ଭାଷଣ ଦେଇଥିଲେ । ଏହାପରେ ଯୁବ ଆଇନ୍‌ଜୀବୀ ମନୋରଂଜନ ଦାଶ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସ୍ୱର୍ଗତଃ ରାୟଙ୍କ ଆତ୍ମଜୀବନୀକୁ ପାଠ କରିବା ପରେ ନିଖିଳ ଉତ୍କଳ ଓକିଲ ସଂଘର ସଭାପତି ବିଚିତ୍ର ବଡଜେନା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବରିଷ୍ଠ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ, ରାଜ୍ୟ ବାର ଆସୋସିଏସନ୍ ସଦସ୍ୟ ପବନ ଶର୍ମା, ଗଦାଧର ବଳ, ଭଦ୍ରକ ଓକିଲ ସଂଘର ଉପସଭାପତି ଅମିତାବାଳା ଆଚାର୍ଯ୍ୟ, ମନମୋହନ ମହାନ୍ତି, ତ୍ୟାଗଭୂମିର ଆବାହକ ଅଜୟ ନାୟକ, ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଧିବକ୍ତା ଅନନ୍ତ ଜେନା, ସନ୍ତୋଷ ଆଚାର୍ଯ୍ୟ, ଯତିକାନ୍ତ ନାୟକ, ମଙ୍ଗରାଜ ମଲ୍ଲିକ, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର ଓ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର, ଗିରିଧାରୀ ନାଥ, ଅମରେଶ ବିଶ୍ୱାଳ, ଦିଲ୍ଲୀପ ନାୟକ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ରାୟ ରାମାନନ୍ଦ ମହାପାତ୍ର, କରୁଣାକର ଦାସ, ଡାକ୍ତର ହରେକୃଷ୍ଣ ନାୟକ, ରାଜେନ୍ଦ୍ର ପାଢୀ, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସ୍ୱର୍ଗତଃ ରାୟଙ୍କ ପୁତ୍ର ପ୍ରସନ୍ନ ରାୟ ପ୍ରମୁଖ ଦିବଂଗତ ଆତ୍ମାଙ୍କ ସଦ୍‌ଗତି କାମନା ସହ ତାଙ୍କର ଜୀବନାଦର୍ଶ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ସ୍ୱର୍ଗତଃ ରାୟଙ୍କ ଜ୍ୱାଇଁ ତଥା ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପୂର୍ବରୁ ଦିବଂଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.