Home Top News ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ : ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ...

ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ : ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକାଶିତ କରାଯିବ

31

ଭୁବନେଶ୍ୱର ୧୨.୧ (ଓଡ଼ିଆ ପୁଅ) ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି।

ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ, ରାଜ୍ୟରେ ପୁରୀ କୋଣାର୍କ ମେରାଇନଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ବରର ତଳସାରୀ-ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ତ୍ୱାକାଂକ୍ଷୀ ଯୋଜନାର ରୁପାୟନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ। ଏଥିପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାରେ ଜଳକ୍ରୀଡା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍, ସମୁଦ୍ରର କୂଳେ କୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହିସବୁ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ। ଏତଦ ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା,Landscaping, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ। ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ, ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏହିସବୁକୁ ଉପଭୋଗ କରିପାରିବେ।।

ଅନ୍ୟପକ୍ଷରେ ବାଲେଶ୍ବରର ତଳସାରୀ ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ, ସେଥିପାଇଁ ସେଠାରେ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ। ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ। ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ, ସେଥିପାଇଁ ରୁଚିପୂର୍ଣ୍ଣ ଭାବରେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ, Kiosk, Sitting Islands, Solar Photo Voltaic panels, Amphi-Theatres, Restaurants ଆଦି ସୁବିଧା ପର୍ଯ୍ୟଟକ ମାନଙ୍କ ପାଇଁ କରାଯିବ। ଏତଦ ବ୍ୟତୀତ ପର୍ଯ୍ୟଟକମାନଙ୍କୁ ଓଡିଶାର କଳା ସଂସ୍କୃତି ସହ ପରିଚିତ କରିବା ପାଇଁ ଏକ Art & Craft Plaza ମଧ୍ୟ ନିର୍ମାଣ କରାଯିବ। ଏସବୁ ଭିତ୍ତଭୂମି କାର୍ଯ୍ୟ ଅକ୍ଟୋବର ୨୦୨୧ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି।

ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ। ଏହିସବୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ରାଜ୍ୟ ସରାକରଙ୍କର ବିଭିନ୍ନ ବିଭାଗ, ଏଜେନ୍ସି ଓ ଜିଲ୍ଲାପ୍ରଶାନକୁ ନିର୍ଦ୍ଦେଶ ଦେଇଥିଲେ।

ପୁରୀ ବେଳାଭୂମିକୁ Blue Flag Standard ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦପ୍ରକାଶ କରିବା ସହିତ ଏଥିପାଇଁ ଜିଲ୍ଲାପ୍ରଶାସନ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ୨ ବର୍ଷ ମଧ୍ୟରେ ପୀର ଜାହାନିଆ, ନିଳାଦ୍ରୀ, ମୁହାଣ ଆଦି ପୁରୀ ଜିଲ୍ଲାରେ ଥିବା ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭୂମିକୁ Blue flag ବେଳାଭୂମି ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଆଲୋଚନା ବୈଠକରେ ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ, OTDCର ଅଧ୍ୟକ୍ଷା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ପୁରୀ ଓ ବାଲେଶ୍ବରର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.