Home ଓଡ଼ିଶା ୨୬ ବର୍ଷରୁ ଅଧିକ ବୟସ ହୋଇପାରିବେ ନାହିଁ IAS-IPS ଅଧିକାରୀ ! UPSC ଦ୍ୱାରା କରାଯାଇଥିବା...

୨୬ ବର୍ଷରୁ ଅଧିକ ବୟସ ହୋଇପାରିବେ ନାହିଁ IAS-IPS ଅଧିକାରୀ ! UPSC ଦ୍ୱାରା କରାଯାଇଥିବା ନିୟମରେ ପରିବର୍ତ୍ତନ – ଜାଣନ୍ତୁ ସତ୍ୟତା

185

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) : ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଫେକ୍ ନ୍ୟୁଜ୍ ଭାଇରାଲ ହେଉଛି। ହ୍ୱାଟ୍ସଆପ ଏବଂ ଫେସବୁକ୍ ମାଧ୍ୟମରେ ଅନେକ ପ୍ରକାରର ମେସେଜ୍ ଯାହାକି ଫେକ୍ ତାହା ଖୁବ ଶୀଘ୍ର ବାଇରାଲ ହୋଇଥାଏ। କିନ୍ତୁ ଏହି ଭାଇରାଲ୍ ମେସେଜ୍ ଗୁଡ଼ିକରେ ଅନେକ ପ୍ରକାରର ଦାବି ଫେକ୍ ଥାଏ। ଏହିପରି ଏକ ପେପର କଟିଂ ସୋସିଆଲ ମିଡିଆରେ ଭୟଙ୍କର ବାବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ମେସେଜରେ ଦାବି କରାଯାଇଛି ଯେ, ସାଧାରଣ ବର୍ଗର ଛାତ୍ରମାନଙ୍କ ପାଇଁ UPSC ସିଭିଲ୍ ପରୀକ୍ଷା ଦେବା ପାଇଁ ସର୍ବାଧିକ ବୟସ ୩୨ ବର୍ଷରୁ ୨୬ ବର୍ଷକୁ ହ୍ରାସ ପାଇବ। କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରେସ ସୂଚନା ବ୍ୟୁରୋ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

ଏହି ଭାଇରାଲ୍ ମେସେଜ୍ ରେ ଦିଆଯାଇଥିବା ଦାବିଗୁଡିକର ସତ୍ୟତା ଉପରେ PIB ଅନୁସନ୍ଧାନ କରିଛି ଏବଂ ଭାଇରାଲ୍ ମେସେଜ୍ ମାଧ୍ୟମରେ ଦିଆଯାଇଥିବା ଦାବିଗୁଡିକ ସମ୍ପୂର୍ଣ୍ଣ ନକଲି ବୋଲି ଜାଣିବାକୁ ପାଇଛି। UPSC ସେପରି କୌଣସି ନିଷ୍ପତ୍ତି ନେଇନାହିଁ। ଏହି ଦାବି ନକଲି ବୋଲି ପିଆଇବି ଟୁଇଟ୍ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.