ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ –
ବଲାଙ୍ଗୀର ଜିଲ୍ଲାର ୨ ଜଣେ
ଜଗତସିଂହପୁର ଜିଲ୍ଲାର ଜଣେ
ସୁବର୍ଣ୍ଣପୁର ଜିଲ୍ଲାର ୨ ଜଣ
ବୌଦ୍ଧ ଜିଲ୍ଲାର ଜଣେ
ବରଗଡ ଜିଲ୍ଲାର ଜଣେ
ଝାରସୁଗୁଡା ଜିଲ୍ଲାର ୨ ଜଣ
ଭୁବନେଶ୍ୱରର ୩ ଜଣ
କଟକ ଜିଲ୍ଲାର ୩ ଜଣ
ମୟୁରଭଞ୍ଜ ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ଜଣେ
ମୃତକଙ୍କ ବିଷୟରେ
୧- ବଲାଙ୍ଗୀର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।
୨- ବଲାଙ୍ଗୀରର ୫୫ ବର୍ଷ ବୟସ୍କ ପୁରୁଷ।
୩- ଜଗତସିଂହପୁର ଜିଲ୍ଲାର ୮୨ ବର୍ଷ ବୟସ୍କ ପୁରୁଷ।
୪- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ।
୫- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୬- ବୌଦ୍ଧ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୭- ବରଗଡ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୮- ଝାରସୁଗୁଡା ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।
୯- ଝାରସୁଗୁଡା ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।
୧୦- ଭୁବନେଶ୍ୱରର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।
୧୧- କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।
୧୨- ମୟୁରଭଞ୍ଜ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ହାଇପୋଥାଇରୋଡିସିମ୍ ରେ ପୀଡିତ ଥିଲେ।
୧୩- କଟକ ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୪- କଟକ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୫- ନୁଆପଡା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୬- ଭୁବନେଶ୍ୱରର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୭- ଭୁବନେଶ୍ୱରର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।