ମାଲକାନଗିରି,୭ା୯(ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ଏକ ସଫଳତା ମିଳିଛି, ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଆଜି ସକାଳେ ମାଲାକନଗିରି ବନାଚଂଳ ଅଧିନସ୍ଥ ଏମଭି୨୪ ଗ୍ରାମର ବିଧାନ ବୈରାଗୀ (୪୦) ଙ୍କ ଘରଉପରେ ଚଢଉ କରି ତାଙ୍କ ଘରୁ ମୂଲ୍ୟବାନ ସାଗୁଆନ,ପିଆଶାଳ, କାଠ ପଟା, ସାଇଜ,ବିମ, ଦଣ୍ଡା, ଅର୍ଦ୍ଦନିର୍ମିତ ପଲଙ୍କ ଜବତ କରାଯାଇଛି, ଏହି ଜବତ ପଟା ଓ କାଠର ସରକାରି ମୂଲ୍ୟ ପ୍ରାୟ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ବେଆଇନ ଭାବେ ଘରେ ପଲଙ୍କ ଓ କାଠସାମଗ୍ରୀ ନିର୍ମାଣ କରିବା ଅଭିଯୋଗରେ ବିଧାନ ବୈରାଗୀ ଙ୍କୁ ବନବିଭାଗ ପକ୍ଷରୁ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି . ଏହି ଚଢଉରେ ଫରେଷ୍ଟର ରାଜେଶ କୁମାର ସେଠୀ,ମୋହନଗୁଡିଆ,ମରୁଲି ଧର ଅନୁଗୁଳିଆ,ଫରେଷ୍ଟଗାର୍ଡ ଅର୍ଜୁନବାଟେ,ହୃଶିକେଶ ପାଣିଗ୍ରାହୀ,ସୁଧିର କୁମାର ମୁର୍ମୁ,ଦିପ୍ତିରଜଂନ ନାୟକ, ରବିନାରାୟଣ ଖଣ୍ଡୁଆଳ, ସୁରେନ୍ଦ୍ର ଦେଉଡି, ବାସନ୍ତି ମାଡକାମି, ଲଳିତା ହରିଜନ,ଏ.ପିଙ୍କି ରାଓ ପ୍ରମୁଖ ବନବିଭାଗ କର୍ମାଚାରୀ, ପାରାଷ୍ଟାପ,ଆପିସିଇଏ ସ୍କାର୍ଡ ଟିମ ଉପସ୍ଥିତି ଥିଲେ ।