Home ଗଞ୍ଜାମ ଗୋଷ୍ଟି ସଂଘର୍ଷ ମାମଲାର ସମାଧାନ ପାଇଁ ବିଧାୟକ ଙ୍କ ଉଦ୍ୟମ

ଗୋଷ୍ଟି ସଂଘର୍ଷ ମାମଲାର ସମାଧାନ ପାଇଁ ବିଧାୟକ ଙ୍କ ଉଦ୍ୟମ

66

ବୁଗୁଡା ୦୧-୦୯(ଓଡ଼ିଆ ପୁଅ/ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହି ବହୁ ବ୍ୟକ୍ତି ଆହତ ହେବା ସହ ୨୪ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ଏହିପରି ସ୍ଥଳେ ଅଗଷ୍ଟ ୩୧ ତାରିଖ ସୋମବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରୟାସରେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଗୋଲିଆ ବଡ଼ଦାଣ୍ଡରେ ଉଭୟ ଗୋଷ୍ଠୀକୁ ନେଇ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇ ଶାନ୍ତି ଫେରାଇ ଆଣିବାରେ ସଫଳ ହୋଇଥିବା ଜଣାପଡିଛି। ସରପଞ୍ଚ ମନୋରମା ପ୍ରଧାନ ଓ ସମିତି ସଭ୍ୟା ସୁକୁଟି ପୋଲାଇ ଙ୍କ ସମେତ ଉଭୟ ପକ୍ଷରୁ ୫ ଶହରୁ ଉର୍ଦ୍ଧ୍ବ ମୁଖ୍ୟବ୍ୟକ୍ତିମାନେ ଏହି ଶାନ୍ତି ବୈଠକରେ ଯୋଗ ଦେଇଥିଲେ। ଗୋଲିଆ ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ଉଭୟ ପକ୍ଷଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଅନୁରୋଧ କରିଥିଲେ। ଏଥିରେ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଥିଲେ। ଏହି ଅବସରରେ ସରପଞ୍ଚ ଶ୍ରୀମତୀ ପ୍ରଧାନ ଓ ସମିତି ସଭ୍ୟା ଶ୍ରୀମତୀ ପୋଲାଇଙ୍କ ସମେତ ସମର୍ଥକ ବୃନ୍ଦ ବିଜେପି ରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପାଇଁ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.